ଜାଗୁଳେଇ ପାଟଣା ଓ ଗଡ ଖୋର୍ଦ୍ଧାରେ ଆନନ୍ଦ ଉଲ୍ଲାସ ରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଆ ମାନଙ୍କ ଅସ୍ମିତାର ପର୍ବ,ପୌରାଣିକ ଐତିହ୍ୟ ସଂସ୍କୃତି ର ପର୍ବ,ବିଶ୍ଵ ବିଦିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସନାତନ ଧର୍ମ, ଭାଇଚାରାର ପର୍ବ ପବିତ୍ର ଘୋଷ ଯାତ୍ରା ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଜାଗୁଳେଇ ପାଟଣା ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଏବଂ ଗଡଖୋର୍ଦ୍ଧା ଠାରେ ଅତି ଆନନ୍ଦ ଉଲ୍ଲାସ ଓ ଭାଇଚାରା ସାଂସ୍କୃତିକ, ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି lଉଭୟ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଉପଯିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଓ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ କିଶୋର କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ଜାଗୁଲେଇ ପାଟଣା ଠାରେ ନିର୍ଦ୍ଧାରିତ ସମୟରେ ନିତିକାନ୍ତି ଅନୁଷ୍ଠିତ ହେବା ସହ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଛେରା ପହଁରା କରିଥିଲେl ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯାଗୁଳେଇ ପାଟଣା ଆସି ମହାପ୍ରହୁଙ୍କୁ ଦର୍ଶନ କରିବା ସହ ଖୋର୍ଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ରେ ମହାପ୍ରଭୁ ସଦାସର୍ବଦା ଆଶିଷ ପ୍ରଦାନ କରନ୍ତୁ ପ୍ରାର୍ଥନା କରିଥିଲେl

ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେବା,ପୋଲିସ ସେବା,ଅଗ୍ନି ଶମ ସେବା,ଜନ ସାଧାରଣଙ୍କୁ ସୂଚନା ସେବା ଆଦି ପ୍ରଦାନ କରାଯାଇଥିଲାl ଜାଗୁଳେଇ ପାଟଣାଠାରେ ମନ୍ଦିର ପରିଚାଳନା କମିଟି,ସେବାୟ ତ ସମସ୍ତେ ଯୋଗଦେଇ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେଙ୍କ ନିତିକାନ୍ତି ସମ୍ପନ୍ନ କରିଥିଲେlଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ,ବଡ଼ଭାଇ ଅଗ୍ରଜ ଶ୍ରୀ ଶ୍ରୀ ବଳଭଦ୍ର ତଥା ହଳାୟୁଧ ଓ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ପରେ ରଥାରୂଢ଼ ହୋଇଥିଲେ ଏବଂ ରଥଟଣା ଆରମ୍ଭ ହୋଇଥିଲା।

ହନୁମାନ ମନ୍ଦିର ନିକଟରେ ଶ୍ରୀ ବଜରଙ୍ଗ ବାଲି ଛେନା ପାଣି ଭୋଗ ଲାଗି ପରେ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚି ଥିଲାl ସେହିପରି ଅପରାହ୍ନ ୪ ଘଟିକାରେ ଗଡଖୋର୍ଦ୍ଧା ଠାରେ ରଥ ରୁଢ଼ ଜୀଉଙ୍କୁ ଭକ୍ତ ମାନେ ହରିବୋଲ ଘଣ୍ଟା ଘଣ୍ଟ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ଧ୍ବନିରେ ମହାପ୍ରଭୁଙ୍କ ରଥକୁ ଟାଣିଥିଲେl ଛେରା ପହଁରା ଅଜିତ୍ କୁମାର ପଟ୍ଟନାୟକ ସମ୍ପାଦନ କରିଥିଲେ ଏବଂ ଗୋପାଳକୃଷ୍ଣ ଦାଶ,ରମାକାନ୍ତ ପାଟ୍ଟଯୋଶୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେl

ସେହିପରି ବିନୋଦ ପଟ୍ଟନାୟକ ଏବଂ ସାଥୀ ମାନଙ୍କ ଦ୍ଵାରା ରଥ ସାଜସଜ୍ଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲାl ଉଭୟ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡାଙ୍କ ତଦାରଖରେ ସମ୍ପନ୍ନ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସଂପୃକ୍ତ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ,

ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅଧିକାରୀ କର୍ମଚାରୀ, ଉପଜିଲ୍ଲାାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ,ବ୍ଲକ କାର୍ଯ୍ୟାଳୟ କର୍ମଚାରୀ,ଯୋଗଦେଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସି ମହାପ୍ରଭୁଙ୍କ ବିଭୁ କୃପା ଲାଭ କରିଥିଲେ l ସନ୍ଧ୍ୟାରେ ଆକର୍ଷଣୀୟ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Exit mobile version