ପିପିଲି (ଓଡ଼ିଶା ତାଜା ନ୍ୟୁଜ୍) :- ରଥ ଉପରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ନିଜ ବାଇକି ଯୋଗେ ୩ଜଣ ଯୁବତୀ ପୁରୀ ଯାଉଥିବାବେଳେ ୩୧୭ ନମ୍ୱର ଜାତୀୟ ରାଜପଥ,ପିପିଲି ଏନ ଏଚ ର ଓଭର ବ୍ରିଜ ନିକଟରେ ଆମ ବସ ଚଢି ଯିବାରୁ ଘଟଣା ସ୍ଥଳରେ ୩ଜଣ ଯୁବତୀଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ୩ ଜଣ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ଭୁବନେଶ୍ୱରର ଓଲଟାଉନର ରୀମିଝିମି ପ୍ରିୟଦର୍ଶିନୀ ସାହୁ ହୋଇଥିବାବେଳେ ଅନ୍ୟ ୨ଜଣଙ୍କ ଘର କେନ୍ଦ୍ରାପଡ଼ାର ଏଲିନା ଓ କାଜଲ ଦାସ ବୋଲି ସୂଚନା ମିଳିଛି ।
ସ୍ଥାନୀୟରୁ ସୂଚନା ମିଳିଛି ଯେ ଦୁଇ ବାଇକ ଯୋଗେ ୩ଜଣ ଯୁବତୀ ଆଗ ପଛ ହୋଇ ପୁରୀ ଯାଉଥିବାବେଳେ ହଠାତ କେଉଁ କାରଣରୁ ଯୋଗୁଁ ପଛ ପଟରୁ ଆସି ଆମ ବସ ୩ଜଣ ଯୁବତୀଙ୍କ ଉପରେ ଚଢି ଯାଇଥିଲା , ଘଟଣା ସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ ସେମାନେ ,
