Home ଓଡ଼ିଶା ଗୁମୁଡ଼ା ପାବନ ଶ୍ରୀକ୍ଷେତ୍ର ରେ ଗୁଣ୍ଡିଚା ଯାତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଆଷାଢ଼ ଶୁକ୍ଳ ଦ୍ଵିତୀୟା ଅବସର ରେ ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଗୁମୁଡ଼ା ପାବନ ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଳିତ ହୋଇଯାଇଛି ।ସକାଳେ ଠାକୁର ଙ୍କ ଅବକାଶ ନୀତି,ମଙ୍ଗଳ ଆଳତି,ବେଶ ପରିଧାନ, ମଇଲମ,ସକାଳ ଧୂପ ପରେ ରଥ ମନ୍ଦିର କର୍ତ୍ତା ରାଧାକୃଷ୍ଣ ପାଣିଗ୍ରାହୀ ଙ୍କ ଓ ପୁରୋହିତ ଅଜିତ୍ ମିଶ୍ର ଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଥିଲା । ପରେ ସ୍ଥାନୀୟ ଲିମାପଦର ର ପ୍ରପନ୍ନ ତ୍ରିପାଠୀ ଙ୍କ ନେତୃତ୍ୱରେ ସଂକୀର୍ତ୍ତନ କରାଯାଇଥିଲା ।ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରା ଓ ଶେଷରେ ବଡ଼ ଠାକୁର ଜଗନ୍ନାଥ ଙ୍କ ପହଣ୍ଡି ବିଜେ କରାଯାଇଥିଲା । ଏହା ପରେ ବିଧି ମୁତାବକ ରଜା ରାଧାକୃଷ୍ଣ ପାଣିଗ୍ରାହୀ ଛେରା ପହଁରା କରିଥିଲେ। ଏହା ପରେ ହଜାର ହଜାର ଭକ୍ତ ଙ୍କ ଗହଣ ରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ମାଉସୀ ମା ମନ୍ଦିର ନିକଟରେ ପୋଡପିଠା ଭୋଗ ଲାଗି ହୋଇଥିଲା।ପ୍ରମୋଦ ତ୍ରିପାଠୀ, ସସ୍ମିତା ମିଶ୍ର ଧାରା ବିବରଣୀ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସଂଜୟ,ପୂର୍ଣ୍ଣ,ଜି ପ୍ରସାଦ ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭକ୍ତ ଙ୍କ ସୁରକ୍ଷା ଓ ଶୃଙ୍ଖଳିତ ରଥଯାତ୍ରା ସମ୍ପାଦନ ପାଇଁ ଗୁମୁଡ଼ା ଫାଣ୍ଡି ର ସମସ୍ତ କର୍ମଚାରୀ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ନିୟୋଜିତ ହୋଇଥିଲେ । ପ୍ରଭୁଙ୍କ ରଥଯାତ୍ରା ରେ ସ୍ଥାନୀୟ ଅଞ୍ଚଳ ରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା by Proprietor Abhimanyu Maharana July 25, 2026 ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ by Proprietor Abhimanyu Maharana July 25, 2026 ବାହୁଡା ଯାତ୍ରାର ରଥ ରନୱେରୁ...... by Proprietor Abhimanyu Maharana July 25, 2026 ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର by Proprietor Abhimanyu Maharana July 24, 2026 ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର by Proprietor Abhimanyu Maharana July 24, 2026 ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା by Proprietor Abhimanyu Maharana July 24, 2026