Home ଅପରାଧ ରଥଯାତ୍ରାରେ ଅଘଟଣ ସାମ୍ବାଦିକଙ୍କୁ ସରକାର ଡାକି ଦୁର୍ବ୍ୟବହାର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp □ ପୁଲିସ ଆକ୍ରମଣରେ ସାମ୍ବାଦିକ ଗୁରୁତର ଆହତ □ କର୍ଡନ ପାସ ଥାଇ ଛାଡିଲାନି ପୁଲିସ □ ଲୋକସମ୍ପର୍କ ବିଭାଗ ଡିଆଇପିଆରଓ ବି ଆହତ □ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାମ୍ବାଦିକ ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) :- ରଥଯାତ୍ରାରେ ଅଘଟଣ | ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୁଲିସ ଆକ୍ରମଣରେ 7ରୁ ଉର୍ଦ୍ଧ୍ବ ଗୁରୁତର ଆହାତ ହୋଇଛନ୍ତି | ଜଣେ ମହିଳା ସାମ୍ବାଦିକ ହାତରେ 20 ଷ୍ଟିଜ ପଡିଛି | ଏହି ଘଟଣା ପ୍ରଥମ ଥର ଘଟିଥିବା ବେଳେ ଏହାକୁ ବିରୋଧୀ ନିନ୍ଦା କରିଛନ୍ତି | ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିଲେ | ସକାଳ 8ଟା ରୁ ଭୁବନେଶ୍ବର ଜୟଦେବ ଭବନ ନିକଟରୁ ଓଟିଡିସି ବସରେ 52 ଜଣ ସାମ୍ବାଦିକ ବାହାରିଥିଲେ | ପୁରୀରେ ପୂର୍ବାହ୍ନ 10 ଟାରେ ପହଞ୍ଚିଥିଲେ | ସେମାନଙ୍କ ପାଇଁ କର୍ଡନ ପାସ ବ୍ୟବସ୍ଥା କରାଯାଇଥିଲା | ସମସ୍ତ ସାମ୍ବାଦିକମାନେ ମୋଚି ସାହି ଦେଇ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ପହଁଞ୍ଚିଲେ | ହେଲେ ସେମାନଙ୍କୁ ପୁଲିସ ବ୍ୟାରିକେଡରେ ଛାଡି ନଥିଲା | ସାମ୍ବାଦିକମାନେ ପୁଲିସକୁ କର୍ଡନ ପାସ ସହିତ ନିଜର ସାମ୍ବାଦିକ ପରିଚୟ ପତ୍ର ବି ଦେଖାଇଥିଲେ | କିନ୍ତୁ ପୁଲିସ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ | ଘଟଣା ସ୍ଥଳରେ ସାମ୍ବାଦିକଙ୍କୁ ଠେଲାପେଲାରେ 7 ଜଣ ଗୁରୁତର ଆହତ ହୋଇଥିଲେ | ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ତଳେ ପଡି ଯିବା ଯୋଗୁଁ ଲୋକମାନେ ଦଳାଚକଟା କରିଦେଥିଲେ | ସେହିପରି ଆଉ ଜଣେ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଆହତ ହୋଇଥିବା ବେଳେ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହର ପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା | ତଥାପି ପୋଲିସର ଆକ୍ରମଣ ଥମି ନଥିଲା| ମହିଳା ସାମ୍ବାଦିକା ବିଜୟିତା ତ୍ରିପାଠୀଙ୍କୁ ପୋଲିସ ଏତେ ଜୋରରେ ଠେଲି ଦେଇଥିଲା ଯେ ତାଙ୍କ ହାତରେ ବଡ କ୍ଷତ ସୃଷ୍ଟି ହୋଇଛି | ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାମ୍ପ ହସ୍ପିଟାଲ ଭର୍ତ୍ତୀ କରାଯାଇଥିଲା | ସେଠାରେ ତାଙ୍କ ହାତରେ 20 ଷ୍ଟିଜ ପଡିଥିଲା | ଗିରିଧାରୀ ଲାଲ ଷଡଙ୍ଗୀ ଗୋଡରେ ଆଘାତ ହୋଇଛି | ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି | Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ପୁରୀ, ମହାନଗର, ହୋମ୍ Related Content Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division by Proprietor Abhimanyu Maharana October 8, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା by Proprietor Abhimanyu Maharana October 8, 2026 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ by Proprietor Abhimanyu Maharana October 8, 2026 ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026