Home ଓଡ଼ିଶା ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ରହଣୀ ସ୍ଥଳ ଚିଲିକା ମଧ୍ୟସ୍ଥ କାଙ୍କଣକୁଦ ରେ ପ୍ରଭୁଙ୍କର ନବଦିନ ଘୋଷଯାତ୍ରା ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଉତ୍ସବ ମଧ୍ୟରେ ଆରମ୍ଭ ହୋଇଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଚିଲିକା (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ରହଣୀ ସ୍ଥଳ ଚିଲିକା ମଧ୍ୟସ୍ଥ କାଙ୍କଣକୁଦ ରେ ପ୍ରଭୁଙ୍କର ନବଦିନ ଘୋଷଯାତ୍ରା ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଉତ୍ସବ ମଧ୍ୟରେ ଆରମ୍ଭ ହୋଇଛି । ଚିଲିକା ର ନୀଳ ଜଳରାଶି ରେ ଭାସମାନ ବର୍ଣ୍ଣାଢ଼୍ୟ ସୁସଜ୍ଜିତ ରଥରେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ପରେ ଅବରୂଢ ହେବା ପରେ କାଙ୍କଣଶିଖରୀ ଚତୁପାର୍ଶ୍ବ ପରିକ୍ରମା କରି କାଙ୍କଣକୁଦ ମଧ୍ୟସ୍ଥ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ଥିଲେ । ପ୍ରାତଃ କାଳରୁ ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ ଉପକଣ୍ଠ ଚିଲିକା ମଧ୍ୟସ୍ଥ କାଙ୍କଣକୁଦ କୁ ଡଙ୍ଗା ଯୋଗେ ଭକ୍ତ ମାନଙ୍କ ର ଭିଡ ଲାଗି ରହିଥିଲା । ବୈଦିକ ଉପଚାର ଏଵଂ ପୂଜାର୍ଚ୍ଚନା ମନ୍ଦିର ସ୍ଥିତ ନନ୍ଦିଘୋଷ ରଥଚକା ସ୍ଥାନୀତସ୍ଥଳ ଶ୍ରୀ ଜୀଉ ମାନଙ୍କ ପାଖରେ କରାଯାଇଥିବା ବେଳେ ଚତୁର୍ଦ୍ଧା ମୂର୍ତ୍ତି ଥିବା ମଣ୍ଡପ ସ୍ଥଳରେ ପହଣ୍ଡି ପୂର୍ଵ ପ୍ରସ୍ତୁତି ସ୍ଵରୂପ ଶ୍ରୀ ଜଗନ୍ନାଥ ଙ୍କ ସ୍ତୁତି, ଜୟଦେବଙ୍କ ସଙ୍ଗୀତ ଗାନ ଓ ଓଡ଼ିଶୀ ନ୍ରୃତ୍ୟ ପରିବେଷଣ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ,ପୁରୀରୁ ଆଗତ ସେବାୟତ ମାନଙ୍କ ସୁ ତତ୍ତ୍ଵାବଧାନରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଚଳନ୍ତି ବିଗ୍ରହ ଙ୍କୁ ପହଣ୍ଡି କରାଯାଇ ସୁସଜ୍ଜିତ ଶୋଭାଯାତ୍ରା ମଧ୍ୟରେ ଚିଲିକା ଜେଟି ନିକଟରେ ପ୍ରତୀକ୍ଷା ରତ ଭାସମାନ ରଥକୁ ନିଆ ଯାଇଥିଲା । ପରମ୍ପରା କ୍ରମେ କାଙ୍କଣଶିଖରୀ ପୀଠର ପ୍ରଭୂଙ୍କ ଆଦ୍ୟ ସେବକ ହାଡିବନ୍ଧୁ ପଟ୍ଟନାୟକ ଛେରାପହଁରା କରିଥିଲେ । ଏହାପରେ ଭକ୍ତମାନଙ୍କ ହରିବୋଲ ହୁଳହୁଳି ଧ୍ବନି ଓ ଘଣ୍ଟ ଘଣ୍ଟା କାହାଳୀ ନିନାଦ ମଧ୍ୟରେ ଚିଲିକା ର ସୁନୀଳ ଜଳରାଶି ମଧ୍ୟରେ ଶ୍ରୀଗୁଣ୍ଡିଚା ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୋଲିସ, ସ୍ଵେଚ୍ଛାସେବୀ ସଂଘ , ମଟରଵୋଟ ସଂଘ ପ୍ରମୁଖ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ସହାୟତା କରିଥିଲେ । ଲୀଳା କ୍ଷେତ୍ର କାଙ୍କଣଶିଖରୀ ଟ୍ରଷ୍ଟ ର ସଭାପତି ସୁଶାନ୍ତ କୁମାର ଦାଶ ଏବଂ ନଈରୀ ଗ୍ରାମ ବାସୀ ତଥା ଅଞ୍ଚଳ ଵାସୀ ଏହି ରଥଯାତ୍ରା କୁ ସାମଗ୍ରିକ ଭାବେ ପରିଚାଳନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division by Proprietor Abhimanyu Maharana October 8, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା by Proprietor Abhimanyu Maharana October 8, 2026 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ by Proprietor Abhimanyu Maharana October 8, 2026 ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026