Home ଅପରାଧ ଝୁଲନ୍ତା ଅବସ୍ଥାରେ ପ୍ରଧାନ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ନୋଳସାହିସ୍ଥିତ ଉମାକାନ୍ତେଶ୍ଵର ଶିବ ମନ୍ଦିର ନିକଟ ଏକ ଗଛରେ ଜଣେ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ବୀରେନ୍ଦ୍ର କୁମାର ମଲ୍ଲିକ (୪୮) ତାଙ୍କ ଘର ଚାଟରାଚକଡା ପଞ୍ଚାୟତ ଫକିରାବାଦ ଗ୍ରାମରେ ବୋଲି ଜଣାଯାଇଛି। ମୃତ ବୀରେନ୍ଦ୍ର ବେଣୀପୁର ପଞ୍ଚାୟତ ରାୟତୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ବୁଧବାର ପୂର୍ବାହ୍ନ ୯ ଘଟିକାରେ ସ୍କୁଲକୁ ଯାଉଛନ୍ତି ବୋଲି କହି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାରଙ୍କ ପକ୍ଷରୁ ଡେରାବିଶ ଥାନାରେ ଲିଖୂତ ଅଭିଯୋଗ ହୋଇଥିଲା।. ଅଭିଯୋଗ ପାଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲା । କୈାଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତ୍ରିରେ ଗଛରେ ଝୁଲୁଥିବା ଅବସ୍ଥାରେ ବୀରେନ୍ଦ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ତେବେ ଗୁରୁବାର ପୂର୍ବାହ୍ନରେ ବୀରେନ୍ଦ୍ରର ମୃତଦେହ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ପରେ ଗ୍ରାମ ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଛି। ମୃତ ବୀରେନ୍ଦ୍ର କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ କ’ଣ କାରଣ ଅଛି ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି। Categories: ଅପରାଧ, ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର by Proprietor Abhimanyu Maharana September 13, 2026 ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର by Proprietor Abhimanyu Maharana September 13, 2026 ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ by Proprietor Abhimanyu Maharana September 13, 2026 ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା - ପ୍ରକଳ୍ପରେ ଝଲସିଲେ ପ୍ରତିଭା by Proprietor Abhimanyu Maharana September 13, 2026 MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026