ତରାବୋଇରେ ପାଳିତ ହେଲା ରଥଯାତ୍ରା

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ତରାବୋଇ :- ଖୋର୍ଦ୍ଧା ନିକଟବର୍ତ୍ତୀ ତରାବୋଇ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀ ଗୁଣ୍ଡିଚା ରଥାଯାତ୍ରା ପରିଚାଳନା କମିଟି ଆନୁକୂଲ୍ୟରେ ପାଟରା ସାହି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ରାଜା ପ୍ରଶାନ୍ତ କୁମାର ସୁନ୍ଦରରାୟ ଛେରା ପହଁରା କରିଥିଲେ ।

ମହାପ୍ରଭୁ ମନ୍ଦିରରୁ ବାହାରି ପାଟରା ସାହି ମାଉସୀମା ମନ୍ଦିର ଠାରେ ଅଧରପଣା ଖାଇ ଗ୍ରାମ୍ୟ ପରିକ୍ରମା କରି ବାବଜା ସ୍ଥିତ ଗୁଣ୍ଡିଚା ମନ୍ଦିର ଠାରେ ଅବସ୍ଥାନ କରିଥିଲେ । ଏହି ରଥଯାତ୍ରା ଆଜି ସମସ୍ତଙ୍କ ସହଯୋଗ ଓ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପାରମ୍ପରିକ ରୀତି ଅନୁସାରେ ହୋଇଥିଲା । ଶ୍ରଦ୍ଧାଳୁ, ଭକ୍ତମାନେ ପ୍ରାୟ ତିନିଘଣ୍ଟା ଧରି ରଥଟାଣି ନେ଼ଇ ବାବଯା ସ୍ଥିତ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ ।

ଏଠାରେ ଦୀର୍ଘ ଆଠଦିନ ବ୍ୟାପୀ ଭଜନ,କୀର୍ତ୍ତନ, ଦାସକାଠିଆ, ଘୋଡ଼ାନାଚ ପ୍ରଭୃତି ଅନୁଷ୍ଠିତ ହେବ ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପ୍ରସାଦ ସେବନ କରାଯିବ। ଜୁଲାଇ ପାଞ୍ଚ ତାରିଖ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ ଓ ପ୍ରତ୍ୟେକ ଦିନ ବହୁ ଲୋକଙ୍କ ସମାଗମ ହେବ ବୋଲି ପରିଚାଳନା କମିଟି ସଦସ୍ୟ ସୁରେଶ କୁମାର ସାହୁ କହିଛନ୍ତି । ଶ୍ରୀ ସାହୁଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ପୂଜାପଣ୍ଡା ଭରତ ମହାପାତ୍ର,

ଅଜୟ ମହାପାତ୍ର, ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀନିବାସ ବେହେରା,ସତ୍ୟ ନାରାୟଣ ବେହେରା, ଭାସ୍କର ଚନ୍ଦ୍ର ବେହେରା, ଦୁର୍ଯ୍ୟଧନ ସାହୁ, ଦୀପକ ପାତ୍ର, ଡମ୍ବରୁ ଧର ବେହେରା, ବାବନ ବେହେରା,ପ୍ରଶନ୍ନ ବେହେରା, ନାରାୟଣ ବେହେରା, ରମେଶ ଚନ୍ଦ୍ର ମହାପାତ୍ର, ରାଧାକାନ୍ତ ମହାପାତ୍ର, ଅଞ୍ଜନ ବେହେରା, ସନ୍ତୋଷ ପାତ୍ର, ବିଜୟା ନନ୍ଦ ଦାସ,ପାର୍ଥ ସାରଥି ମହାପାତ୍ର ଓ ବିଜୟ ମହାପାତ୍ର ପ୍ରମୁଖଙ୍କ ସହଯୋଗରେ ଏହି ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଥିଲା ।

Exit mobile version