ରଣପୁରରେ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ : ଗୁଣ୍ଡିଚା ମନ୍ଦିରରେ ମାର୍ଜନା ନୀତି ଓ ଭୂତ ବାଡିଆ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍)  :- ରଣପୁର ରେ ଶୁକ୍ରବାର ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା । ରାଜାରଜୁଡ଼ା ଅମଳରୁ ଶ୍ରୀଗୁଣ୍ଡିଚା ତଥା ମାଉସୀ ମା ମନ୍ଦିର ମହାପ୍ରଭୁଙ୍କ ଜନ୍ମସ୍ଥଳୀ ରୂପେ ଜଣାଶୁଣା । ପାରମ୍ପରିକ ନୀତିକାନ୍ତି ଅନୁସାରେ ଆଡପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ବର୍ଷକରେ ନବ ଦିନ ପାଇଁ ଗୁଣ୍ଡିଚା ମନ୍ଦିରରେ ଗହଳି ଚହଳି ଲାଗେ । ମହାପ୍ରଭୁଙ୍କ ଆଗମନକୁ ଚାହିଁ ରହିଥାଏ ଗୁଣ୍ଡିଚା ମନ୍ଦିର । ମହାପ୍ରଭୁଙ୍କ ବାହୁଡା ପହଣ୍ଡି ପରେ ନାକଚଣା ଦ୍ବାର ବନ୍ଦ ହୋଇଯାଏ ।

କଥିତ ଅଛି ଘଞ୍ଚ ଜଙ୍ଗଲରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିରକୁ ବାବନା ଭୂତ ଜଗିଥାଏ । ଶ୍ରୀଗୁଣ୍ଡିଚା ପୂର୍ବ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନା ଓ ଭୂତ ବାଡିଆ ଅନୁଷ୍ଠିତ ହୋଇଥିଲା । ପୁରୋହିତ ମାନଙ୍କ ଦ୍ଵାରା ଗୁଣ୍ଡିଚା ମନ୍ଦିର ମାର୍ଜନା ନୀତି ରହିଛି । ଗୁରୁବାର ଦିନ ଠାରୁ ପୁରୋହିତ ମାନେ ଗୁଣ୍ଡିଚା ମନ୍ଦିର ସଫା କରିଥିଲେ । ଗୁଣ୍ଡିଚା ମନ୍ଦିର ଗମ୍ଭୀରାରେ ସିଂହାସନ ମାର୍ଜନା କରିବା ଜଗମୋହନ, ନାଟ ମଣ୍ଡପ, ରୋଷଶାଳା ଓ ମନ୍ଦିର ଚାରିପଟ ପଟେ ସଫା କରିଥିଲେ ।

ଏଥିସହ ଚୂନ ଓ ଚନ୍ଦନ ପାଣି ପକାଇ ପବିତ୍ର କରିଥିଲେ । ଏହିସବୁ ପରମ୍ପରାକୁ ବଜାୟ ରଖିବା ପାଇଁ ପୁରୋହିତ ମାନେ ମହାପ୍ରଭୁଙ୍କ ସେବା କରିଥାନ୍ତି । ଶୁକ୍ରବାର ଦିନ ମହାପ୍ରଭୁ ଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ । ଭୋର୍ ୫ ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଆଳତି ନୀତି ସମାପ୍ତ ହେବା ପରେ ଅବକାଶ ନୀତି ଆରମ୍ଭ କରାଯାଇଛି । ବଲ୍ଲଭ ନୀତି ସହିତ ରଥ ପ୍ରତିଷ୍ଠା କାର୍ଯ୍ୟ ସରିବା ପରେ ମହାପ୍ରଭୁ ଙ୍କ ସକାଳ ଧୂପ ନୀତି ଅନୁଷ୍ଠିତ ହେବ ।

ଏବଂ ମନ୍ଦିରରେ ଧୋବ ପଖାଳ ଓ ମଙ୍ଗଳା ଅର୍ପଣ ନୀତି ସମାପନ ହେବା ପରେ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରକୁ ପହଣ୍ଡି ବିଜେ ନୀତି ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି । ସୁଚାରୁ ରୂପେ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବା ପାଇଁ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା କଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ପ୍ରଶାସନ , ଆମ୍ବୁଲାନ୍ସ, ଅଗ୍ନି ନିର୍ବାହୀ ଅଧିକାରୀ, ଏନଏସି ପକ୍ଷରୁ ପାଣି ଟ୍ୟାଙ୍କର ଓ ଝାଡୁଦାର , ରଥର ମୁଖ୍ୟ କାରିଗର କବିରାଜ ମହାରଣା ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ବିଶେଷ ସତର୍କତା ଅବଲମ୍ବନ କରିଛନ୍ତି ।

Exit mobile version