ଗତରାତିରେ ଚନ୍ଦକା ଥାନା ପୁଲିସ ଓ ବନ ବିଭାଗ ମିଳିତ ଚଢ଼ଉ କରି ୨ ଶିକାରୀ ଓ ୭ଜଣ ହରିଣ ମାଂସ ଗ୍ରାହକଙ୍କୁ ଗିରଫ କରିଛନ୍ତି ।

Bhubaneswar

ଓଡିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- ଗତରାତିରେ ଚନ୍ଦକା ଥାନା ପୁଲିସ ଓ ବନ ବିଭାଗ ମିଳିତ ଚଢ଼ଉ କରି ୨ ଶିକାରୀ ଓ ୭ଜଣ ହରିଣ ମାଂସ ଗ୍ରାହକଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ପାଖାପାଖି ୧୧କେଜି ହରିଣ ମାଂସ ସମେତ ଗୋଟିଏ ଚିତ୍ରା ହରିଣ ଚମଡ଼ା, ଗୋଟିଏ ଦେଶୀ ବନ୍ଧୁକ, ୧୦ଟି ଗୁଳି, କିଛି ବାରୁଦ ପାଉଡର, ଗୋଟିଏ ଭୁଜାଲି ଜବତ କରାଯାଇଛି ।

ଅଭିଯୁକ୍ତମାନେ ହେଲେ, ସ୍ଥାନୀୟ ଶିମିଳିପାଟଣାର ନିର୍ମଳ ଶ୍ରୀଚନ୍ଦନ(୩୭), ଫିରିକିନାଳି ଆଦିବାସୀ ଗାଁର ଗଣ୍ଡା ହେମ୍ବ୍ରମ ଓରଫ୍ ଗେଡ଼ୁ(୨୪), ଶିମିଳିପାଟଣାର କହ୍ନେଇ ନାୟକ (୨୪), ଅନିଲ୍‌ ଚେମି (୨୨), ଚନ୍ଦକାର ବିକାଶ ପ୍ରଧାନ (୩୮), ଶ୍ରୀକାନ୍ତ ସାମନ୍ତରାୟ( ୩୧), ଜଗମୋହନ ମଙ୍ଗରାଜ (୩୩), ତରୁଣକାନ୍ତ ସାମନ୍ତରାୟ( ୩୨) ଓ ପ୍ରଦ୍ୟୁମ୍ନ ସାହୁ (୩୮)। ନିର୍ମଳ ଓ ଗେଡ଼ୁ ଶିକାରୀ ବୋଲି ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନେ ସେମାନଙ୍କଠାରୁ ହରିଣ ମାଂସ କିଣିଥିବା ଗ୍ରାହକ ବୋଲି ପୁଲିସ ସୂଚନା ଦେଇଛି ।

Exit mobile version