ହିଞ୍ଜିଳିରେ ବିଜେପିର କଳା ଦିବସ ପାଳିତ

ହିଞ୍ଜିଳିକାଟୁ  (ଓଡ଼ିଶା ତାଜା ନ୍ୟୁଜ୍)  ହିଞ୍ଜିଳିକାଟୁ  :-  ହିଞ୍ଜିଳିକାଟୁ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ବୁଧବାର କଳା ଦିବସ ପାଳିତ ହୋଇଛି। ବୈଠକରେ ଘୁମୁସର ସାଙ୍ଗଠନିକ ଜିଲ୍ଳା ସଭାପତି ବିଜୟ କୁମାର ସ୍ୱାଇଁ ଅଧ୍ୟକ୍ଷତା କରି ସମ୍ବିଧାନର ହତ୍ୟା ଓ ଜରୁରୀ କାଳୀନ ପରିସ୍ଥିତି ସମୟରେ ଘଟିଥିବା କାଳିମାମୟ ସ୍ମୃତି ବିଷୟରେ ଆଲୋଚନା କରିଥିଲେ। କଂଗ୍ରେସ ସରକାରଙ୍କ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କିଭଳି ଭାବେ ପୃଥିବୀର ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତର ସମ୍ବିଧାନକୁ ହତ୍ୟା କରି ଦେଶରେ ଏକ ଜରୁରୀକାଳୀନ ପରିସ୍ଥିତି ଜାରୀ କରିବା ସହିତ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲେ ସେ ବିଷୟରେ ଆଲୋକପାତ କରିଥିଲେ।ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯେଉଁ ଭାବେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଉପରେ ଦମନଲୀଳା,ଅକଥନୀୟ ଅତ୍ୟାଚାର,ଜୋର ଜବରଦସ୍ତ ପୁରୁଷ ବନ୍ଧ୍ୟା କରଣ ଓ ଗଣ ମାଧ୍ୟମର କଣ୍ଠରୋଧ କରି ଏକଛତ୍ରବାଦ ପନ୍ଥା ଅନୁସରଣ କରିଥିଲେ ସେ ବିଷୟରେ ରାଜ୍ୟର ନୂଆଁ ପିଢ଼ିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ପାଇଁ ବିଜେପିର ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ଜିଲ୍ଲା ସଭାପତି ସ୍ପଷ୍ଟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ମାଧବ ଗୌଡ, ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହି, ଶ୍ରୀକାନ୍ତ ମହାପାତ୍ର, ଜଗନ୍ନାଥ ପାତ୍ର, ହିଞ୍ଜିଳି ମଣ୍ଡଳ ସଭାପତି ସୁଧାଂଶୁ ଶେଖର ସାବତ ଓ ସରପଞ୍ଚ କୁର୍ଷ୍ଣଚନ୍ଦ୍ର ସୁଆସିଆ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Exit mobile version