ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) – ରଣପୁରର ରାଜ ପରମ୍ପରା ଅନୁସାରେ ପ୍ରତିବର୍ଷ ଦେବସ୍ନାନପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦିରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଦୀର୍ଘ ୧୫ ଦିନ ଅଣସର ତାଟିରେ ବିଜେ କରିଥିଲେ । ଫୁଲୁରି ତେଲ, ଦଶମୂଳ ମୋଦକ ସେବା ପରେ ମହାପ୍ରଭୁ ଚକା ବିଜେ ଓ ଗୁରୁବାର ନବଯୌବନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ ।ଗୁରୁବାର ସକାଳୁ ସକାଳୁ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ତଥା ନେତ୍ରୋତ୍ସବ ନୀତି କାନ୍ତି ସହିତ ଶ୍ରୀ ଗୁଣ୍ଡିଚା ପାଇଁ ପ୍ରସ୍ତୁତ ତିନି ରଥକୁ ଆଜ୍ଞାମାଳ ବିଜେ ନୀତି ଓ ସେନାପଟା ଲାଗି ହୋଇଥିଲା । ମହାପ୍ରଭୁ ଙ୍କ ସକାଳ ମଙ୍ଗଳ ଆଳତି , ଅବକାଶ ନୀତି, ବଲ୍ଲଭ ନୀତି ସହିତ ସମସ୍ତ ପୂଜା ବିଧି ଶେଷ ହୋଇଥିଲା ।ସନ୍ଧ୍ୟା ଆଳତୀ ଦର୍ଶନ କରିବା ପାଇଁ ଭକ୍ତ ଙ୍କ ଗହଳି ପରିଲକ୍ଷିତ ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁ ମାନେ ପ୍ରଭୁ ଜଗନ୍ନାଥଙ୍କ ନବଯୌବନ ବେଶ ଦର୍ଶନ କରି ଖୁବ୍ ଆନନ୍ଦିତ ହୋଇଥିଲେ । ଶ୍ରୀ ଗୁଣ୍ଡିଚା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଜଗନ୍ନାଥ ମନ୍ଦିର କୁ ଆଲୋକିତ କରାଯିବା ସହ ସିଂହଦ୍ଵାରକୁ ଫୁଲ ମାଳରେ ସଜ୍ଜା ଯାଉଥିବାର ଦେଖିବାକୁ ମିଳିଥିଲା ।

Exit mobile version