ନିଖୋଜ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଆର,ଉଦୟଗିୟି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ରାମଗିରି ଥାନା ନୁଆସାହି ଘାଇ ରୁ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର କରିଛି ପୋଲିସ l ମୃତ ଯୁବକ ହେଲେ କଡ଼ମାସିଂ ଗାଁର ରାମଚନ୍ଦ୍ର ନାୟକ(୩୫) l ସୂଚନା ପ୍ରକାରେ, ଗତ ରବିବାର ଦିନ ଠାରୁ ସେ ନିଖୋଜ ଥିବାନେଇ ରାମଗିରି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପରେ ପୋଲିସ ଓ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଜାରି ରଖିଥିଲେ। ତେବେ ଆଜି ତାଙ୍କର ହାତଗୋଡ଼ ବନ୍ଧା ମୃତଦେହ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ନୁଆସାହି ଘାଇରେ ପଡ଼ିଥିବା ଜାଣି ପରିବାର ଲୋକେ ପୁଲିସ କୁ ଖବର ଦେଇଥିଲେ lସେଥିସହ ରାମଟନ୍ଦ୍ର ର ମର୍ଡର ହୋଇଥିବା ମୃତକର ବଡ ଭାଇ ବରୁଣ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ରା ଉଦୟଗିରି ଏସଡିପିଓ ଅମିତାଭ ପଣ୍ଡା,ସାଇଣ୍ଟିଫିକ୍ ଟିମ,ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ଅଧିକାରୀ ଗଜପତି ଦୋରା ଓ ତାଙ୍କ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରିଛି l ରାମଚନ୍ଦ୍ର ଙ୍କ ମୁହଁରେ ଗାମୁଛା ବନ୍ଧା ଯାଇଥିବା ବେଳେ ହାତ ଓ ଗୋଡ ରେ ଦଉଡି ବନ୍ଧା ଯାଇଛି l ଏଥିସହ ଏକ ଠେଙ୍ଗାରେ ମୃତଦେହ ବନ୍ଧା ଯାଇଥିବା ବେଳେ ବଡ଼ ପଥର ବନ୍ଧା ଯାଇଥିବା ଦେଖିବାକୁ ମିଳିଛି lମୁଣ୍ଡରେ ଗୁଳିବିଧ ହୋଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ତାଙ୍କୁ କେହି ହତ୍ୟା କରି ଘାଇରେ ଫିଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି l ପୋଲିସ ଘଟଣାର ଛlନବିନ କରି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି l ଘଟଣାର ତଦନ୍ତ ଚାଲିଛି l ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ତଦନ୍ତ କରାଯାଉଛି ବୋଲି ରା.ଉଦୟଗିରି ଏସଡ଼ିପିଓ କହିଛନ୍ତି l ଅପର ପକ୍ଷେ ମୃତକର ଭାଇ ବରୁଣ ସଠିକ ତଦନ୍ତ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।

Exit mobile version