ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ସ୍ନାନପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦିରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଦୀର୍ଘ ୧୫ ଦିନ ଅଣସର ତାଟିରେ ବିଜେ କରିଥିଲେ । ଫୁଲୁରି ତେଲ, ଦଶମୂଳ ମୋଦକ ସେବା ପରେ ମହାପ୍ରଭୁ ଚକା ବିଜେ ଓ ଗୁରୁବାର ନବଯୌବନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।

ଗୁରୁବାର ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥକୁ ଆଜ୍ଞାମାଳ ବିଜେ ନୀତି ହୋଇଥିଲା । ମହାପ୍ରଭୁଙ୍କ ଚକା ଅପସର ନୀତି ଭୋର ୫ଟା ୫୦ରେ ଅନୁଷ୍ଠିତ ହୋଇଥିଲା ।.

ସକାଳ ୬ଟା ୨୦ରେ ମଙ୍ଗଳ ଆଳତି, ୬ଟା ୩୫ରେ ମଇଲମ, ୬ଟା ୪୦ରେ ଅବକାଶ ପୂଜା ଠା, ୬ଟା ୪୫ରେ ଅବକାଶ ପୂଜା ଆରମ୍ଭ ହୋଇ ୭ଟାରେ ଶେଷ ହୋଇଥିଲା । ସକାଳ ୭ଟା ୦୫ରେ ଦଶାବତାର ଠାକୁର ବାହୁଡା଼ ବିଜେ କରିଥିଲେ । ୭ଟା ୨୫ରେ ତାଟି ଫିଟା,

୭ଟା ୪୦ରେ ପାରିମାଣିକ ଦର୍ଶନ ପରେ ୮ଟାରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା । ପ୍ରାୟ ସାଢେ଼ ୧୦ଟା ୩୦ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରି ଆନନ୍ଦିତ ହୋଇଥିଲେ । ନେତ୍ରୋତ୍ସବ ପାଇଁ ଦତ୍ତ ମହାପାତ୍ର ସେବକ

ତିନୋଟି ରୂପା ପାତ୍ରରେ ଆଖି କଳା ପ୍ରସ୍ତୁତ କରି ପୂଜାପଣ୍ଡା ସେବକ ସେହି ନେତ୍ର ପିତୁଳା ଅଙ୍କନକୁ ସଂପୂର୍ଣ୍ଣ କରିଥିଲେ । ପରେ ରଥ ଆଜ୍ଞାମାଳ ଶ୍ରୀମନ୍ଦିରରୁ ଆସିବା ପରେ ରଥଖଳାକୁ ଯାଇ ତିନିରଥରରେ ଲାଗି ହୋଇଥିଲା । ପରେ ତିନିରଥ ଦକ୍ଷିଣମୋଡ କରାଯାଇ ସିଂହଦ୍ଵାରରେ ଲାଗିଥିଲା ।

Exit mobile version