ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଏବଂ ଧାର୍ମିକ ଭାବନା ବଜାୟ ରଖିବା ଦିଗରେ ଆଦାନୀ ଗ୍ରୁପର ସ୍ୱତନ୍ତ୍ର ପ୍ରୟାସ
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ବର୍ଷ ଆହ୍ଲାବାଦର ପ୍ରୟାଗରାଜ୍ ଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାନୀ ଗ୍ରୁପର ସ୍ୱେଚ୍ଛାକୃତ ସେବା, ଲୋକଙ୍କ ଆଦୃତି ଲାଭ କରିପାରିଛି । ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ପ୍ରଦାନ ପୂର୍ବକ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ଏହାର ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସେବା ଯୋଗାଇବା ପାଇଁ ସ୍ଥିର କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାତ୍ମକ ଯାତ୍ରାରେ ଭାରତ ତଥା ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।
