କଟକ ଶିଶୁଭବନ ବିଲ୍ଡିଂ କାନ୍ଥ ଭୁଷୁଡିଲା : ୧୦ ରୁ ଉର୍ଦ୍ଧ୍ବ ବାଇକ୍ କ୍ଷତିଗ୍ରସ୍ତ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) :- ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଚିକିତ୍ସା ପ୍ରତିଷ୍ଠାନ (ଶିଶୁ) ଭବନ ନୂତନ କୋଠାର ଏକ ଅଂଶ କାନ୍ଥ ବର୍ଷା ମାଡରେ ଗତ କାଲି ଭୁଷୁଡି ପଡିଛି । ଏହି ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ବ ବାଇକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୃତ୍ତ୍ୟୁମୁଖରୁ ଅଳ୍ପକେ ରୋଗୀମାନେ ରକ୍ଷା ପାଇଯାଇଛନ୍ତି । ଦୁର୍ଘଟଣା ପରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ୍ ସିନ୍ଦେ ଘଟଣା ସ୍ଥଳକୁ ଯାଇ ଏହାର ତଦନ୍ତ କରିଛନ୍ତି । କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାର ଅନୁସନ୍ଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂତନ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଏହି ନୂତନ ବିଲ୍ଡିଂ ଟି ଗତ ଏପ୍ରିଲ ମାସରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡ଼ା ଉଦ୍ଘାଟନ କରିଥିଲେ । ଏହି ନୂତନ ୭ ମହଲା ବିଶିଷ୍ଟ ବିଲ୍ଡିଂ ଟି ୧୨୭ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିଲେ ମଧ୍ୟ ଏହା ଗୋଟିଏ ବର୍ଷ ନ ପୁରୁଣୁ କେଉଁ କାରଣରୁ ଏହି ତିନି ମହଲା କୋଠାର ବାଡା ଭୁଷୁଡି ପଡିଲା ସେଥି ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? । ଏହି କୋଠା ନିର୍ମାଣ କାର୍ଯ୍ୟ କରିଥିବା ଠିକାଦାର ତଥା କର୍ମଚାରିଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଏବେ ସାଧାରଣରେ ଦାବୀ ହୋଇଛି l

Exit mobile version