Home ଓଡ଼ିଶା ପରମ୍ପରାରୁ ଉଦ୍ଭବ, ପ୍ରକୃତି ଦ୍ୱାରା ପରିଚାଳିତ ଭାସମଲ୍ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ୬୦ ବର୍ଷରୁ ଅଧିକ ଇତିହାସ ଥିବା ଭାରତର ଅନ୍ୟତମ ସର୍ବାଧିକ ଖ୍ୟାତିସମ୍ପନ୍ନ ହେୟାର କଲର (କେଶ ରଙ୍ଗ) ବ୍ରାଣ୍ଡ୍ ଭାସମଲ୍ ପ୍ରାକୃତିକ ହେନାର ଚିରନ୍ତନ ପରମ୍ପରାରେ ମୂଳ ରଖୁଥିବା ତାହାର ଆଧୁନିକ, ଆମୋନିଆ ମୁକ୍ତ କ୍ରିମ ହେୟାରକଲର୍ ‘ଭାସମଲ୍ ହେନା କ୍ରିମି ହେୟାର କଲର ପ୍ରଚଳନ ସହିତ ଏକ ପ୍ରଭାବଶାଳୀ ନୂତନ ଅଧ୍ୟାୟ ଆଭମ୍ଭ କରିଛି । ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି, ବ୍ରାଣ୍ଡ୍ ନେତୃବୃନ୍ଦ ଏବଂ ବ୍ରାଣ୍ଡ୍ର ନୂତନ ଅଭିଯାନ ଓ ମୂଲ୍ୟବୋଧକୁ ଧରି ରଖୁଥିବା ଏକ ମନମୋହକ ବାଲୁକା ସ୍ଥାପତ୍ୟ ଉନ୍ମୋଚନ କରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି । ଭବ୍ୟ ରଥଯାତ୍ରା ସହିତ ସମାନ ସମୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଉଭୟ ବିଧି ବିଧାନ ଏବଂ ଆତ୍ମ-ଅଭିବ୍ୟକ୍ତିକୁ ସମ୍ମାନ ଜଚ୍ଚାଉଥିବା ସୋନ୍ଦର୍ଯ୍ୟର ଏକ ଉତ୍ସବ ଭାବରେ #ରୁଟେଡ୍ଇନ୍ଭାସମଲ୍ହେନା ଦର୍ଶନ ତତ୍ତ୍ୱ ଉପରେ ଆଧାରିତ ହୋଇଛି । ଜୁନ୍ ୨୨ ତାରିଖରେ ଉନ୍ନୋଚିତ ହୋଇଥିବା ଏହି ପ୍ରଚାର ଅଭିଯାନର କେନ୍ଦ୍ର ସ୍ଥଳରେ ରହିଛି ପଦ୍ମଶ୍ରୀ ପଟ୍ଟନାୟକଙ୍କର ହୃଦୟସ୍ପର୍ଶୀ ସ୍ଥାପତ୍ୟ, ଯେଉଁଥିରେ ସମାନ ନାରୀଙ୍କୁ ଦୁଇଟି ରୂପରେ ସ୍ଥାନ ପାଇଛନ୍ତି: ଗୋଟିଏ ପରିଦୃଶ୍ୟ ହେଉଥିବା ଧୂସର, ଏବଂ ଅନ୍ୟଟି ଭାସମଲ୍ ହେନା କ୍ରିମି ହେୟାର କଲର ବ୍ୟବହାର କରିବା ପରେ ପ୍ରାକୃତିକ ଭାବରେ ଉଜ୍ଜ୍ୱଳ କଳା ରଙ୍ଗରେ । ଏହାର ମୂଳରେ ରହିଛି ନୂଆ ଭାସମଲ୍ ହେନା କ୍ରିମି ହେୟାର କଲର ଉତ୍ପାଦ ପ୍ୟାକ୍, ଯାହା ଚତୁର୍ପାଶ୍ୱର୍ରେ ଆକର୍ଷଣୀୟ ତିନି ରଥ ରହିଛି ଏବଂ ଏହା ପରମ୍ପା ଏବଂ ରୂପାନ୍ତରଣକୁ ଏକତ୍ର ପରିଦୃଶ୍ୟ ହେବାଭଳି ବାନ୍ଧି ରଖୁଛି । ଭାସମଲ୍ର ମୂଳ କମ୍ପାନୀ ଏଚଆରଆଇପିଏଲ୍ର ଏମ୍ଡି ଓ ସିଇଓ ଧିରଜ ଆରୋରା ବ୍ରାଣ୍ଡ୍ର ଦୂରଦୃଷ୍ଟି ସମ୍ପର୍କରେ ଉଲ୍ଲେଖ କରି କହିଥିଲେ, “ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଭାସମଲ୍ ଭାରତୀୟ ପରିବାରଗୁଡିକର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି, ଯାହା ଦୈନନ୍ଦିନ ବିଧି ବିଧାନରେ କେବଳ ଆକାଂକ୍ଷିତ ହେଉନାହିଁ, ତାହାସହିତ ଆମମାନଙ୍କ ହୃଦୟରେ ଗଭୀର ଭାବରେ ସ୍ଥାନ ପାଇଛି । ଆମର ନବୀନତମ ଉତ୍ପାଦ ଭାସମଲ୍ ହିନା କ୍ରିମି ହେୟାର କଲର ଆଗକୁ ଆଉ ଏକ ଅର୍ଥପୂର୍ଣ୍ଣ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରୁଛି, ଯେଉଁଠାରେ ଆଧୁନିକ ସ୍ୱାଚ୍ଛନ୍ଦ୍ୟ ସହିତ ପରମ୍ପରାର ମିଳନ ଘଟୁଛି । ଏହି ନବସୃଜନରେ ସାମ୍ପ୍ରତିକ ଗ୍ରାହକଙ୍କ ଇକ୍ତା ସହିତ ଐତିହ୍ୟର ପରିପୋଷଣକାରୀ ଯନôର ସହଜ ଓ ବିଶ୍ୱାସଭାବର ସହିତ ସମ୍ମିଶ୍ରଣ ଘଟିଛି । ଏହାର ଶୁଭାରମ୍ଭ ସହିତ ପ୍ରତ୍ୟେକ ନାରୀ ଗର୍ବର ସହିତ କହିପାରିବେ ଯେ, “ସୁରକ୍ଷିତ ରହେ ମେରେ ବାଲ୍, ଭାସମଲ୍ ହେନା କ୍ରିମି ହେୟାର କଲର କା କମାଲ୍ ।” ଏଚଆରଆଇପିଏଲ୍ର ସିନିୟର ଭିପି-ମାର୍କେଟିଂ ପ୍ରିୟଙ୍କା ପୁରୀ କହିଥିଲେ, “ଏହି ପ୍ରଚାର ଅଭିଯାନର ମୂଳ ପରମ୍ପରା, ଆତ୍ମ-ଅଭିବ୍ୟକ୍ତି ଏବଂ ପିଢି ପରେ ପିଢି ସୋନ୍ଦର୍ଯ୍ୟର ଭାବପ୍ରବଣ ଭାଷାରେ ରହିଛି । ରୁଟେଡଇନ୍ଭାସମଲ୍ହିନା ସହିତ ଆମେ କେବଳ ହେୟାର କଲରକୁ ନେଇ ଖୁସି ମନାଉନାହୁଁ- ଆମେ ସାମ୍ପ୍ରତିକ ଭାରତୀୟ ନାରୀଙ୍କ ପାଇଁ ସମୟ ସ୍ରୋତରେ ଅତିବାହିତ ହୋଇଥିବା ପୁନଃପରିକଳ୍ପିତ ବିଧି ବିଧାନଗୁଡିକୁ ସମ୍ମାନ ପ୍ରଦର୍ଶନ କରୁଛୁ । ନୂଆ ଭାସମଲ୍ ହେନା କ୍ରିମିର ଶୁଭାରମ୍ଭ ସେହି ଯାତ୍ରାରେ ଆଉ ଏକ ଅଗ୍ରଣୀ ପ୍ରୟାସ ହୋଇଛି- ଏହା ଏକ ନବସୃଜନ ଯାହା ପରମ୍ପରାର ଯନô ଏବଂ ଆଧୁନିକତାର ସହଜକୁ ଏକତ୍ରିତ କରୁଛି । ଏଥିସହିତ ପ୍ରତ୍ୟେକ ନାରୀ ଦର୍ଶନ ପୂର୍ବମରୁ ଏବଂ ତାହାର ଦୀର୍ଘ ସମୟ ପରେ ବଜାୟ ରହୁଥିବା ସେହି ସୋନ୍ଦର୍ଯ୍ୟ ସହିତ ଏବେ କହିପାରିବେ, “ସୁରକ୍ଷିତ ରହେ ମେରେ ବାଲ୍, ଭାସମଲ୍ ହେନା କ୍ରିମି ହେୟାର କଲର କା କମାଲ୍’ । ବର୍ତ୍ତମାନକୁ ଗର୍ବର ସହିତ ଆପଣେଇବା ବେଳେ ନିଜର ମୂଳସ୍ତରରେ ସାମର୍ଥ୍ୟକୁ ସନ୍ଧାନ କରୁଥିବା ପ୍ରତ୍ୟେକ ନାରୀଙ୍କ ସହିତ ଏହା ବାର୍ତ୍ତାଳାପ କରୁଛି ।” କାର୍ଯ୍ୟକ୍ରମରେ ପ୍ରକାଶ କରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଥିଲେ, “ବାଲୁକା ଏଭଳି ଏକ ଶକ୍ତିଶାଳୀ ମାଧ୍ୟମ ଯେ ଏହା ଜଣକୁ ଆତ୍ମାରୁ ସିଧା ଆସୁଥିବା କାହାଣୀ ଆତ୍ମାକୁ କହିଥାଏ । ଐତିହ୍ୟ ଏବଂ ଭାବପ୍ରବଣ ସୋନ୍ଦର୍ଯ୍ୟରେ ଗଭୀର ଭାବରେ ସଂଯୁକ୍ତ ଏକ ବ୍ରାଣ୍ଡ୍ ଭାସମଲ୍ ସହିତ କାର୍ଯ୍ୟକରିବା ମୋତେ ଏଭଳି କିଛି ସୃଷ୍ଟି କରିବାକୁ ସୁଯୋଗ ଦେଇଛି ଯାହା କେବଳ ପରମ୍ପରାକୁ ସମ୍ମାନ ଜଣାଉନାହିଁ, ତାହାସହିତ ସେଗୁଡିକ ଆଜିର ଦୁନିଆରେ କିଭଳି ପରିବର୍ତ୍ତିତ ହେଉଛି ତାହା ପ୍ରତିଫଳିତ କରୁଛି ।” ଋଥଯାତ୍ରା ଆଗକୁ ବଢୁଥିବାବେଳେ ଭାସମଲ୍ ମଧ୍ୟ ବିଶ୍ୱାସବୋଧ, ଯନ ଏବଂ ପ୍ରତ୍ୟେକ ପିଢି ନିମନ୍ତେ ନିରାପଦ ହେୟାର କଲର୍ର ଏକ ପରମ୍ପରାକୁ ନେଇ ଆଗକୁ ବଢୁଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division by Proprietor Abhimanyu Maharana October 8, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା by Proprietor Abhimanyu Maharana October 8, 2026 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ by Proprietor Abhimanyu Maharana October 8, 2026 ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026