Home ଓଡ଼ିଶା କିକିଆ ଡ଼ୁମେରମୁଣ୍ଡାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) କିକିଆ :- ଡ଼ୁମେରମୁଣ୍ଡାର ଆମ୍ବ ବଗିଚାରେ ତ୍ରୈଲୋକ୍ୟ ପଧାନଙ୍କ ନେତୃତ୍ୱରେ ଏବଂ “ମୃତ୍ୟୁଞ୍ଜୟ ବୈଦ୍ୟ ସଙ୍ଘ ” କଳାହାଣ୍ଡି ତତ୍ୱାବଧାନରେ ” ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ” ଇଣ୍ଟରନେସନେଲ ନେଚୁରୋପାଥି ଅର୍ଗାନାଇଜେସନ(ସୂରିୟା ଫାଉଣ୍ଡେସନ) ଦ୍ୱାରା ଆୟୋଜନ କରାଯାଇ ଥିଲା l ପ୍ରଥମ ପର୍ଯ୍ୟାୟ ସକାଳ ଘ ୮. ୩୦ ମି.ରୁ ଘ.୯. ୩୦ମି. ପର୍ଯ୍ୟନ୍ତ ଯୋଗାଭ୍ୟାସ କରାଯାଇ ଥିଲା । ଶ୍ରୀଯୁକ୍ତ ନରହରି ସ୍ୱାଇଁ ଯୋଗର ଉପକାରିତା ଉପରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇ ଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ସର୍ବ ସମ୍ମତି କ୍ରମେ ଶ୍ରୀଯୁକ୍ତ ନରହରି ସ୍ୱାଇଁଙ୍କୁ ମୃତ୍ୟୁଞ୍ଜୟ ବୈଦ୍ୟ ସଂଘର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ କରାଯାଇ ଉପଢୌକନ ସହ ସମ୍ମାନିତ କରାଯାଇ ଥିଲା l ଏହା ପରେ ସଂଘର ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ସଭା ସାଙ୍ଗ କରାଗଲା l ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ରାଜ୍ୟ ପୁରସ୍କୃତ ଶିକ୍ଷକ କେଶବ ଚନ୍ଦ୍ର ବାରିକ, ବୈଦ୍ୟ ଧର୍ମାନନ୍ଦ ପଧାନ, ସରୋଜ କାନ୍ତ ପଧାନ, ମୋହନା ନାଏକ, ଜୟ ବୀର ବଗର୍ତ୍ତୀ,ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ପଧାନ, ଧର୍ମୁ ନାଏକଙ୍କ ସମେତ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ l Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026