ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ଠାରେ ଥିବା ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଶପଲ୍ଲା ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସେବା ଉତ୍ସବ – ୨୦୨୫ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୮ ଘଟିକାରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ମଧ୍ୟାହ୍ନରେ ଉତ୍ସର୍ଗ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ମଶାଲ ଶୋଭାଯାତ୍ରାରେ ଅତିଥି ଭାବରେ ଟାକରା ଗ୍ରାମ ପଂଚାୟତ ସରପଞ୍ଚ ମଦନ କୁମାର ଯାନୀ ଯୋଗ ଦେଇଥିବା ବେଳେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଟାକରା ବନପାଳ ରାକେଶ କୁମାର ସାହୁ, ବନରକ୍ଷୀ ଅଜୟ କୁମାର ସାହୁ ଯୋଗଦେଇଥିଲେ।ଅପରାହ୍ନରେ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଉତ୍ସବ ସେବାଉତ୍ସବ – ୨୦୨୫ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
