ଗଣ ଦୁଷ୍କର୍ମ ପ୍ରତିବାଦ ରେ ବିଜେଡି ର ଶାନ୍ତି ପୂର୍ଣ୍ଣ ପ୍ରତିବାଦ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ବିଜୁ ଯୁବ ଛାତ୍ର ଜନତା ଦଳର ସଭାପତିଙ୍କ ନିର୍ଦେଶ କ୍ରମେ ଗୋପଲପୁର୍ ବେଳାଭୂମିରେ କଲେଜ ଛାତ୍ରୀକୁ ହୋଇଥିବା ଗଣଦୁଷ୍କର୍ମ ତଥା ରାଜ୍ୟ ରେ ଦିନ କୁ ଦିନ ବଢି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ ପୂର୍ବତନ ବିଜୁ ଛାତ୍ର ଜନତା ଦଳ ର ସଭାପତି ପ୍ରେମିଶ ଚନ୍ଦ୍ର ବାଗ ଙ୍କ ନେତୃତ୍ଵରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସର ବାହାରେ କଲେଜ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ

ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା.ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଦେବରାଜ ୟାଦବ,କଣ୍ଟାବାଞ୍ଜି ଟାଉନ ଯୁବ ସଭାପତି ବିଶ୍ନୁ ଜୁଏଡ, ଜିଲ୍ଲା ସମ୍ପାଦିକା ପିଙ୍କି ଖରସେଲ,ସୁଜିତ ସୁନା,ଓଁଙ୍କାର ବାଗ୍, ଜାବେଦ ହିଁଆଲ, ରିଣ୍ଟୁ ବାଗ, ପିଣ୍ଟୁ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version