ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ସହରରେ ରଥଯାତ୍ରାକୁ ଦୃଷ୍ଟରେ ରଖ୍ ଜିଲା ପ୍ରଶାସନ ଉଠା ଦୋକାନୀ ରାସ୍ତାରେ କରିଥୁବା ଜବରଦଖଲକୁ ଗତକାଲି ମଙ୍ଗଳବାର ଓ ଆଜି ବୁଧବାର ଉଚ୍ଛେଦ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ପ୍ରଥମେ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଗୁଣ୍ଡିଚାବାଡି ମନ୍ଦିର ନିକଟରୁ ସମସ୍ତ ଉଠା ଦୋକାନୀ ଓ ଅନ୍ୟ ବ୍ୟବସାୟୀଙ୍କୁ ନିଜ ଦୋକାନ ସମ୍ମୁଖରେ ରାସ୍ତାକଡ଼କୁ ଏବଂ ନାଳକୁ ଅବରୋଧ ଓ ଦଖଲ କରିଥିବା ଯୋଗୁଁ ସେମାନଙ୍କୁ ଉଛେଦ କରାଯାଇଥିଲା l
