ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଶାସନ ଭାର ଏବେ ଅପାରଗ ବିଜେପି ସରକାର ହାତରେ। ଯାହାକୁ ନେଇ ଗଜପତି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥି ପୁର୍ବରୁ ଶାନ୍ତ ଓ ବିକାଶ ଦିଗରେ ଆଗକୁ ବଢିଥିଲା ଓଡ଼ିଶା। ପୂର୍ବ ସରକାରଙ୍କ ସମୟରେ ନାରୀ ସୁରକ୍ଷିତ, ସଶକ୍ତିକରଣ ଓ ଜୀବିକାନିର୍ବାହ କ୍ଷେତ୍ରରେ ଯଥେଷ୍ଟ ସଫଳତା ପାଇଥିଲେ ମହିଳା । ଏବେ ସାରା ରାଜ୍ୟ ରେ ବଢ଼ିଚାଲିଛି ନାରୀ ନିର୍ଯାତନା ।
ଏପରିକି ଅନ୍ତର୍ଦେଶୀୟ ସ୍ତରରେ ଚର୍ଚ୍ଚାରେ ରହିଛି ଓଡ଼ିଶା।ଯାହା ଓଡିଆ ଅସ୍ମିତାକୁ ନିନ୍ଦିତ ଓ ଅପମାନିତ କରିଛି। ଯାହା ଓଡ଼ିଶା ପାଇଁ ଏକ ଲଜ୍ୟା ର ବିଷୟ। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଜିଲ୍ଲାରେ ମଧ୍ୟ ନାରୀ ସୁରକ୍ଷିତ ନାହାନ୍ତି। ନାରୀ ନିର୍ଯାତନା ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ଶହ ଶହ ମାମଲା ରୁଜୁ ହେଉଛି କିନ୍ତୁ କାର୍ଯ୍ୟ ଶୂନ। ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି କଲେଜ ଛକ ଠାରେ ବିଜେପି ସରକାରଙ୍କ ଅପାରଗତାକୁ ନେଇ ଗର୍ଜନ କରିଛି ବିଜେଡି।
