ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥଯାତ୍ରା ପାଇଁ ଜେନେରାଲ ପୋଲିସ ବ୍ରିଫିଂ ଡିଜି ପୋଲିସ ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରିଫି ବା ବ୍ୟବସ୍ଥାବଳୀ ଅନୁଷ୍ଠିତ ହୋଇଛି । ରଥଯାତ୍ରା ପାଇଁ ପୁରୀରେ ମୁତୟନ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ସୁରକ୍ଷା କର୍ମୀ । ସହରରେ ଆକ୍ଟିଭ ମୋଡରେ କାର୍ଯ୍ୟ କରିବ ଆଣ୍ଟି ସାବୋଟେଜ୍ ଟିମ୍ । ସମସ୍ତ ଜାଗାରେ ମୁତୟନ ରହିବେ ଆଣ୍ଟି ଟେରୋରିଷ୍ଟ ଟିମ୍ । ଜଳ ସ୍ଥଳ ଆକାଶ ପଥରୁ ତୀକ୍ଷ୍ମ ନଜର ରଖାଯିବ ।
ମୁତୟନ ରହିବ ସ୍ପେଶିଆଲ ଟାକ୍ଟିକାଲ ୟୁନିଟ୍ ର ବଜ୍ର ଗାଡ଼ି ରକ୍ଷକ ପ୍ଲସ । ସହର ଓ ସହର ବାହାରେ ଟ୍ରାଫିକ ମୋବିଲିଟି ପ୍ଲାନ୍ କାର୍ଯ୍ୟକାରୀ କରାଯିବ। ସହରରେ ୫୩ ଟି ଓ ସହର ବାହାରେ ୧୭ ଟି ଏଡ୍ ପୋଷ୍ଟ କାର୍ଯ୍ୟ କରିବ । ଇନ ସାଇଡ ଟ୍ରାଫିକ କୁ ୪ ଟି ଭାଗରେ ବିଭକ୍ତ କରାଯିବା ସହ ୪୨ ସେକ୍ସନ ଫୋର୍ସ ମୁତୟନ କରାଯିବ।କୁମ୍ଭାରପଡ଼ା,ମାଳତିପାଟପୁରରେ ଦୁଇଟି ଟ୍ରାଫିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି ପୋଲିସ ଡିଜି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । ବୈଠକ ରାଜ୍ୟ ପୋଲିସ ପ୍ରଶାସନ ର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

