ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭଏସ୍ ଅଫ୍ ମିଡ଼ିଆର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହ ମାସିକ ଭତ୍ତା ଓ ପିଲାମାନଙ୍କ ପାଠ ପଢିବା ପାଇଁ ଉପକରଣ । ଆଜି ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ (ଟାଉନ ହଲ) ଠାରେ ଆୟୋଜିତ ଭଏସ୍ଅଫ୍ ମିଡ଼ିଆର ବାର୍ଷିକ ଉତ୍ସବରେ ଏଭଳି କହିଛନ୍ତି ପ୍ରତିଷ୍ଠାତା ଜାତୀୟ ସଭାପତି ସନ୍ଦିପ୍ କାଲେ ।
ଏଥିସହ ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ନୂତନ ଆଇନ ପ୍ରଣୟନ ପାଇଁ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇ ଆସୁଥିବା କହିଥିଲେ ଶ୍ରୀ କାଲେ । ଖୋର୍ଦ୍ଧା ଜୟୀ ରାଜଗୁରୁ ଭୁବନ ଠାରେ ଆଜି ଓଡ଼ିଶାର ୨୩ ଜିଲ୍ଲାରୁ ଆସିଥିବା ଭଏସଅଫ୍ ମିଡ଼ିଆର ଜିଲ୍ଲା ସଭାପତି, ସଂପାଦକ ଓ ଶତାଧିକ ସଦସ୍ୟ ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ଉତ୍ସବ ସମାରୋହ ସହକାରେ ପାଳନ କରାଯାଇଥିଲା । ଏହି ଉତ୍ସବକୁ ଜାତୀୟ ସଭାପତି ଶ୍ରୀ କାଲେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ, ବିଜେପି ମହିଳା ମୋର୍ଚ୍ଚାର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରବୀଣା ଭଂଜଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥି ଲେ । ରାଜ୍ୟ ସଭାପତି ପ୍ରଭାତ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସୁପ୍ରିମକୋର୍ଟର ଆଇନଜୀବୀ ସଂଜିବ ଅଗ୍ରୱାଲ, ଅବସରପ୍ରାପ୍ତ ବିଚାରପତି ସୁରେନ୍ଦ୍ରନାଥ ପାଢୀ, ନାଇଜରର ପୂର୍ବତନ ରେଜିଷ୍ଟ୍ରାର ଅଭୟ ନାୟକ, ଖୋର୍ଦ୍ଧା ଆଇନ ମହା ବିଦ୍ୟାଳୟର ସଂପାଦକ ସୁଧିର ମାନସିଂହ, ସମାଜସେବୀ ବସନ୍ତ ଦାସ, ଜାତୀୟ ସଂପାଦକ ମହମ୍ମଦ ଇଫତେଖାର ଅଲ୍ଲୀ,ରାଜ୍ୟ ସଂପାଦକ ସୁକାନ୍ତ ପରିଡ଼ା, ରାଜ୍ୟ ଉପ ସଭାପତି ଜିତେନ୍ଦ୍ର ସାହୁ, ପି.ବାଲାଜୀ ପାତ୍ର ଯୋଗ ଦେଇଥିବା ବେଳେ ମଂଚ ପରିଚାଳନା କରିଥିଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପରିବେଶବିତ୍ ଧନେଶ୍ୱର ବିଧାର । ଏହି ଅବସରରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ପାଇକ ଆଖଡ଼ା ସମରକଳା ପ୍ରଦର୍ଶୀତ କରାଯାଇଥିଲା । ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ଭଏସ୍ ଅଫ୍ ମିଡ଼ିଆ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସହରର ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ଭଏସ୍ ଅଫ୍ ମିଡ଼ିଆର ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

