Home ଓଡ଼ିଶା ଦେଶୀ ବାସନା ଧାନ ଚାଷକରି ଭାଇର ବାହାଘର କରାଇଲେ ଦିଗାମ୍ବର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଅଧିନସ୍ଥ ପୁଟ୍ରୁପଡା ଗ୍ରାମର ଦିଗାମ୍ବର ରଇତ (୩୮)ଜଣେ ଅଗ୍ରଣୀ ଚାଷୀ । ପରିବାର କହିଲେ ନିଜ ସ୍ତ୍ରୀ ସହିତ ଗୋଟିଏ ପୁଅ ଓ ଝିଅ ।ପୁଅ ନବମ ଓ ଝିଅ ଷଷ୍ଠ ଶ୍ରେଣୀରେ ପାଠ ପଡୁଛନ୍ତି ତାହା ସହିତ ସାନଭାଇ ନୀଳାମ୍ବର ରାଇତ (୩୦) ବାହାଘର ଦାଇତ୍ୱ ଏହି ସବୁ ଖର୍ଚ୍ଚକଥା ଦିଗାମ୍ବରଙ୍କୁ ସବୁବେଳେ ବିଚଳିତ କରୁଥିଲା ।ସେ ସବୁ ବେଳେ ସଚୋଟ ଉପାୟରେ ଅଧିକ ଆୟ କିଭଳି କରାଯାଇପାରିବ ଚିନ୍ତା କରୁଥିଲେ କାରଣ ଚାଷ ହେଉଛି ତାଙ୍କର ମୁଖ୍ୟ ଜୀବିକା ଯାହାକୁ ଭରସାକରି ଦିଗାମ୍ବର ଚଳୁଥିଲେ । ମୋଟ ଜମି କହିଲେ ୫ ଏକର ସେଥିରୁ ୨ ଏକର ଖାଲ ଜମି ଯେଉଁଥିରେ ବର୍ଷାଦିନେ ଧାନ ଚାଷ ଓ ୩ ଏକର ପଦର ତଥା ଢିପ ଜମି ଯେଉଁଥିରେ ବର୍ଷାଦିନେ ମକା ଚାଷ କରାଯାଏ ମକା ଚାଷରେ ଯାହା ଆଦାୟ ହୁଏ ସାହୁକାରଙ୍କ ଋଣ ପରିଶୋଧ କଲା ପରେ କିଛି ବଳକା ହୁଏନି ଓ ଧାନ ଯେଉଁବର୍ଷ ବର୍ଷା ଠିକ୍ ରେ ହୁଏ ବର୍ଷ ସାରା ଖାଇବାକୁ ହୋଇଯାଏ । ଏହି ଭଳି ଘଡି ସନ୍ଧି ସମୟରେ ଓଡିଶା ସରକାରଙ୍କ ଦେଶୀ, ବାସନା ଧାନ ଯୋଜନା ବିଷୟରେ ପାଇଲେ ଓ ଦିଗମ୍ବରଙ୍କୁ “ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ” ର କର୍ମୀଙ୍କ ଦ୍ୱାରା ବ୍ଲକ କୃଷି ଅଧିକାରୀଙ୍କ ଉପସ୍ଥିତିରେ ୨ପ୍ୟାକେଟ (୩୬କିଲୋଗ୍ରାମ) କଲାଚମ୍ପା କିସମର ଧାନ ବିହନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବ୍ଲକ କୃଷି ଅଧିକାରୀଙ୍କ ଉପସ୍ଥିତିରେ ଏବଂ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀର କର୍ମୀଙ୍କ ଦ୍ୱାରା ଦିଗାମ୍ବରଙ୍କ ସହ ଅନ୍ୟ କୃଷକ ମାନଙ୍କୁ କାଲାଚମ୍ପା ଧାନ ବିହନର ଗୁଣବତ୍ତା , ଯଥା- ଅଧିକ ଅମଳ କ୍ଷମ, ଶସ୍ୟ ବଙ୍କା ହେବା କିମ୍ବା ପଡ଼ିଯିବା ପ୍ରତିରୋଧୀ, ଯାହା ଅମଳ ସମୟରେ ଏକ ପ୍ରମୁଖ ଲାଭ ହୋଇଥାଏ , ଏହାର ଭଲ ସ୍ୱାଦ ଏବଂ ପୁଷ୍ଟିକର ପରିମାଣସମ୍ବନ୍ଧରେ କୃଷକମାନଙ୍କୁ ଅବଗତ କରାଗଲା । ତାହା ସହିତ ଶ୍ରୀ ପଦ୍ଧତିରେ ଧାନ ରୁଆ , ଜୈବିକ ସାର, କୀଟ ନାଶକ ପ୍ରୟୋଗ କରି କୃଷି କାର୍ଯ୍ୟ କରିବା ସମ୍ବନ୍ଧରେ ତାଲିମ ଦିଆଯାଇଥିଲା ଏବଂ ସରକାରଙ୍କ ଦ୍ୱାରା ମିଳୁଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ବନ୍ଧରେ ଅବଗତ କରାଯାଇ ଥିଲା । ଦିଗମ୍ବରଙ୍କ ଧାନ ଜମି ସମତଳରେ ଥିବା ଯୋଗୁ ଏବଂ ସଠିକ ଜଳସେଚନର ସୁବିଧା ଥିବା ଯୋଗୁ ଚାଷ କାର୍ଯ୍ୟ ସଠିକ ରୂପେ ହୋଇପାରିଥିଲା । ଏହି ଚାଷ କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ସରକାରଙ୍କ ଯୋଜନା ମୁତାବକ କମ୍ପାନୀର କର୍ମୀଙ୍କ ଦ୍ୱାରା “ଜୈବିକ ସାରା ଏବଂ କୀଟନାଶକ” ଯୋଗାଇଦିଆଯାଇଥିଲା । ପୂର୍ବ ରୁ ଏହି ଜମି ରେ ସେ ୧୨ ରୁ ୧୩ କୁଇଣ୍ଟାଲ ଉତ୍ପାଦନ କରି ଆସୁଥିଲେ , ମାତ୍ର ଏହି ଧାନ ଚାଷ ରେ ସେ ୧୭.୮୭ କୁଇଣ୍ଟାଲ ଉତ୍ପାଦନ କରିପାରିଲେ ଓ ସେଥିରୁ ୧୬.୮୭ କୁଇଣ୍ଟାଲ ଧାନକୁ ସାମୁହିକ ବଜାରରେ ବିକ୍ରି ନକରି “ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ”କୁ ବିକ୍ରି କରିଥିବା ଯୋଗୁ ଧାନ ବାବଦରେ ମୋଟରେ ୬୯,୨୦୭ ମୂଲ୍ୟ ପାଇପାରିଥିଲେ ଓ ଏହି ଟଙ୍କାକୁ ସାନଭାଇର ବିବାହ ଉତ୍ସବରେ ଖର୍ଚ୍ଚ କରିଥିଲେ ଯାହାକି ବହୁତ ବଡ ଆର୍ଥିକ ସମସ୍ୟାରୁ କିଛି ମାତ୍ରାରେ ତ୍ରାହି ପାଇଥିଲେ । ଅଧିକ ଉତ୍ପାଦନ ଓ ଠିକ ସମୟରେ ବିକ୍ରୟରେ ସାହାଯ୍ୟ କରିଥିବା ଯୋଗୁ କୃଷି ବିଭାଗ ,ମହେନ୍ଦ୍ରଗିରି ପ୍ରଡ୍ୟୁସର କଂପାନୀରେ କର୍ମକର୍ତା ଙ୍କୁ ଧନ୍ୟବାଦ ଜଣାଇବା ସହିତ ଚାଷୀମାନଙ୍କୁ ଏହି ଧାନ ଚାଷ କରିବାକୁ ପରାମର୍ଶ ଦେଉଛନ୍ତି ଦିଗାମ୍ବର ଓ ଏହି ବର୍ଷ ଅଧିକ ଜମିରେ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026