Home ଅପରାଧ ପାରଳାଖେମୁଣ୍ଡି ରୁ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ମହାରାଷ୍ଟ୍ର ଯାଇଥିବା ସୁନା ବ୍ୟବସାୟୀଙ୍କ ଆରୋଗ୍ୟ ସାହି ସ୍ଥିତ ଘରୁ ଚୋରି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଆରୋଗ୍ୟ ସାହିର ବାସିନ୍ଦା ଜଣେ ସୁନା ବ୍ୟବସାୟୀ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ମହାରାଷ୍ଟ୍ର ଯାଇଥିବା ବେଳେ ତାଙ୍କ ଘରୁ ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି. ସୁନା ବ୍ୟବସାୟୀ ଏସ୍. ଉତ୍ତମ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଗତ ୧୦ ଦିନ ତଳେ ତାଲା ପକାଇ ପରିବାର ସହ ମହାରାଷ୍ଟ୍ର ଯାଇଛନ୍ତି. ଏହାର ସୁଯୋଗରେ ଶନିବାର ବିଳମ୍ବିତ ରାତିରେ ଚୋର ପ୍ରଥମେ ଘରର ତାଲା ଭାଙ୍ଗିବାକୁ ଚେଷ୍ଟା କରିଥିଲା । ତାଲା ନ ଭାଙ୍ଗିବାରୁ ଚୋର ପଡ଼ିଶା ଘରର ଟିଣ ଉପରେ ଚଢ଼ି ଘରର ସ୍କାଏ ଲାଇଟ୍କୁ ଭାଙ୍ଗି ପଶିଥିଲା । ଘରେ ଆଲମାରୀ ତାଡି ସେଥିରେ ଏବଂ ଘର ସଂଲଗ୍ନ ଦୋକାନରେ ଥିବା ଆଲମାରୀରୁ ସୁନା ଓ ରୂପା ଅଳଙ୍କାର ଏବଂ ଟଙ୍କା ଚୋରି ହୋଇଛି ଅଭିଯୋଗ ହୋଇଛି। ତେବେ ଘର ମାଲିକ ପହଞ୍ଚି ନଥିବାରୁ କେତେ ପରିମାଣର ଓ କେତେ ମୂଲ୍ୟର ଅଳଙ୍କାର ଓ ଟଙ୍କା ଚୋରି ହୋଇଛି ତାହା ଆକଳନ କରାଯାଇନାହିଁ। ଅପରପକ୍ଷରେ ଘରର ମାଲିକ ଚୋରି ବେଳର ଦୃଶ୍ୟ ନିଜ ଘରର ସିସିଟିଭି ଜରିଆରେ ମୋବାଇଲ୍ରେ ଦେଖିଥିଲେ। ଚୋରଜଣକ ମୁହଁକୁ କପଡ଼ାରେ ଢାଙ୍କି ଚୋରି କରୁଥିଲା । ମାଲିକ ଉକ୍ତସାହିର ଜଣେ ସାଙ୍ଗକୁ ଫୋନ୍ ଯୋଗେ କହିବା ପରେ ଘର ପାଖରେ ସାହି ଲୋକ ପହଞ୍ଚିଥିଲେ। ହେଲେ ସେତେବେଳକୁ ଚୋର ସେଠାରୁ ଚମ୍ପଟ ମାରିଥିଲା। ପରେ ପାରଳାଖେମୁଣ୍ଡି ଥାନା ପୁଲିସକୁ ଘଟଣା ନେଇ ଅଭିଯୋଗ ହେବାପରେ ରବିବାର ଦିନ ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ଅନୁଧ୍ୟାନ କରି ତଦନ୍ତ କରି ଫେରିଛନ୍ତି l Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026