Home ଓଡ଼ିଶା ଦୁର୍ଘଟଣା ରେ ଆହତ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକଙ୍କୁ କଟକ ବଡ ମେଡିକାଲ ରେ ଭେଟିଲେ ଏସ.ୟୁ.ଜେ ର ରାଜ୍ୟ କର୍ମକର୍ତ୍ତା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ବଡ଼ ଡାକ୍ତରଖାନାରେ ଏସୟୁଜେ ଓଡ଼ିଶା କଟକ ଜିଲ୍ଲା ଶାଖା ର ବରିଷ୍ଠ ସଭ୍ୟ ରତ୍ନାକର ବାରିକ ଙ୍କୁ ଭେଟି ତାଙ୍କ ର ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଲୁ । ଶ୍ରୀଯୁକ୍ତ ବାରିକ ଗତ ସପ୍ତାହରେ ଏକ ରାସ୍ତା ଦୁର୍ଘଟଣା ରେ ଗୁରୁତର ଆହତ ହୋଇଛନ୍ତି । ଉଚ୍ଚ ରକ୍ତଚାପ କମିବା ପରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ତାଙ୍କର ଅପରେସନ ହେବ । ଏହି ଅବସରରେ ଏସୟୁଜେ ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠି ପକ୍ଷରୁ ଆଜି ରତ୍ନାକର ଭାଇ ଙ୍କ ଚିକିତ୍ସା ନିମନ୍ତେ ଯଥାସାଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ସହାୟତା ରାଶି ଯଦିଓ ରତ୍ନାକର ଭାଇ ଙ୍କ ଚିକିତ୍ସା ଖର୍ଚ୍ଚକୁ ତୁଲାଇବା ରେ ଯେ ଏକ ବଡ଼ ଭୂମିକା ନିର୍ବାହ କରିବ ତାହା ନୁହେଁ ବରଂ ଏସୟୁଜେ ର ୩ ହଜାର ରୁ ଉର୍ଦ୍ଧ ସାଥୀ ମାନଙ୍କ ଶ୍ରଦ୍ଧା ସ୍ନେହ ଓ ଶୁଭେଚ୍ଛା ଶୁଭେଚ୍ଛା ଏହି ସହଯୋଗ ରାଶି ରେ ନିହିତ ଥିବାରୁ ନିଶ୍ଚିତ ଭାବେ ତାଙ୍କର ମନୋବଳ ବୃଦ୍ଧି ପାଇବ । ମୋ ସହିତ କଟକ ଜିଲ୍ଲା ଶାଖା ର ବରିଷ୍ଠ ସଭ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେନ୍ଦ୍ର କୁମାର ମହାପାତ୍ର (ଟୁନା ବାବୁ) କଟକ ଜିଲ୍ଲା ଶାଖା ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଶିଶିର କୁମାର ଦାଶ, ଏସୟୁଜେ ଓଡ଼ିଶା ମହିଳା ଶାଖା ର ରାଜ୍ୟ ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ସିଂ ରତ୍ନାକର ଭାଇ ଙ୍କୁ ଯାଇ ସାକ୍ଷାତ କରିଥିଲେ । ରତ୍ନାକର ଭାଇ ଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ର ଆଶୁ ଆରୋଗ୍ୟ କାମନା କରୁଛୁ । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026