ବନ୍ଦେ ଉତ୍କଳ ମହାସଂଘର ଜିଲ୍ଲାସ୍ତରୀୟ ବୈଠକ

ପିପିଲି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ହରିପୁର ଶିବ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ କଳାକାର ତଥା ଶ୍ରେଷ୍ଠ ମୃଦଙ୍ଗ ବାଦକ ଲକ୍ଷ୍ମୀଧର ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ପୁରୀ ଓ ଖୋର୍ଦା ଜିଲ୍ଲାର ବରିଷ୍ଠ କଳାକାର ମାନଙ୍କର ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ରାଜ୍ୟ ସଭାପତି ଶ୍ରଯୁକ୍ତ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାସଂଘର ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରାଯିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଅନାଲୋଚିତ କଳାକାରମାନେ କିପରି ସରକାରୀ ସ୍ତରରେ ସୁବିଧା ସୁଯୋଗ ପାଇପାରିବେ ସେଥିପାଇଁ ପ୍ରଚେଷ୍ଟା କରାଯିବ ।

ଆଉ ମଧ୍ୟ ଗାଁ ଗହଳରେ ଲୁକ୍କାୟିତ ଥିବା ତଥା ସରକାରଙ୍କର ଦୃଷ୍ଟି ଆଢ଼ୁଆଳରେ ରହି ଯାଉଥିବା ଦୁଃସ୍ଥ କଳାକାରଙ୍କୁ ଚିହ୍ନଟ କରି ସରକାରଙ୍କ ନିକଟରେ ସେମାନଙ୍କର ପରିଚୟ ସୃଷ୍ଟି କରିବା ମହାସଂଘର ଲକ୍ଷ ଉଦ୍ଦେଶ୍ୟ ବୋଲି ଆଲୋଚିତ ହୋଇଥିଲା । ମହାସଂଘର ସମ୍ପାଦକ ବିନୋଦ କୁମାର ଭୋଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲାବେଳେ ଏଥିରେ ପୂର୍ବାଞ୍ଚଳର ମୁଖ୍ୟ ଅଭିମନ୍ୟୁ ବେହେରା, ଜିଲ୍ଲାସଭାପତି ବାଉରୀବନ୍ଧୁ ବେହେରା ,

ଜିଲ୍ଲା ସମ୍ପାଦକ ଅଶୋକ କୁମାର ଦଳାଇ ପ୍ରମୂଖ ଅଂଶ ଗ୍ରହଣ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଲୋକ କଳାକାରଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଉପସ୍ଥାପନ କରିବା ସହ ସରକାରୀ ସ୍ତରରେ ବିଭିନ୍ନ କଳାକାରଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ସରକାର ପାତରଅନ୍ତର . କରୁଥିବା ନେଇ… ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା । ଏହି ବୈଠକରେ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଆସିଥିବା ଶତାଧିକ କଳାକାରମାନେ ଯୋଗଦାନ କରି ମହାସଂଘରେ ସାମିଲ ହେବା ସଙ୍ଗେ ଆଗାମୀ ଦିନରେ ମହାସଂଘକୁ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ଏହି ବୈଠକରେ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା । ପୁରୀ ଜିଲ୍ଲାର କର୍ମକର୍ତ୍ତା ଭାବେ ବାଉରୀବନ୍ଧୁ ସାହୁ ସଭାପତି, ବିଶିଷ୍ଟ କଳାକାର ଅଶୋକ କୁମାର ଦଳାଇ ସଂପାଦକ, ବୀଣାପାଣି ବାରିକ୍, ସହ ସମ୍ପାଦକ, ନାରାୟଣ ସ୍ବାଇଁ ଉପଦେଷ୍ଟା, ଶ୍ରୀଯୁକ୍ତ ଲକ୍ଷ୍ମୀଧର ସ୍ବାଇଁ ମାର୍ଗଦର୍ଶକ, ବେଣୁଧର ସାହୁ ଉପଦେଷ୍ଟା ,ଜମ୍ବେଶ୍ଵର ଓଝା ଉପସଭାପତି, ବସନ୍ତ କୁମାର ପୁଝାରୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ମଞ୍ଜୁଲତା ଦଳାଇ, ଗଙ୍ଗାଧର ବେଜ୍, ପ୍ରକାଶ ସାହୁ, ପ୍ରଶାନ୍ତ ସ୍ବାଇଁ,

ମହେନ୍ଦ୍ର କୁମାର ପଣ୍ଡା ନିର୍ବାଚିତ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା କମିଟି ନିମନ୍ତେ ଜିଲ୍ଲା କର୍ମକର୍ତ୍ତା ଭାବେ ଇନ୍ଦ୍ରମଣି ପ୍ରଧାନ ସଭାପତି, ବେଣୁଧର ପଣ୍ଡା ସଂପାଦକ, ଚିତ୍ତରଂଜନ ଦାସ କୋଷାଧ୍ୟକ୍ଷ, ନରେନ୍ଦ୍ର ପାଟସାହାଣୀ ମାର୍ଗ ଦର୍ଶକ ଭାବେ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ଚକ୍ରଧର ସାହୁ, ରାଜକିଶୋର ପ୍ରଧାନ, ରାମ ଚନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ମୁଦୁଲି, ଅଭିମାନ୍ୟୁ ବେହେରା ପ୍ରମୁଖ ନିର୍ବାଚିତ ହୋଇଥିଲେ । ଏହି ଜିଲ୍ଲାସ୍ତରୀୟ କମିଟି ଅସ୍ଥାୟୀ ଭାବେ ଗଠନ କରାଯାଇଛି ବୋଲି ବୈଠକରେ ଘୋଷଣା କରାଯାଇଛି। ମହାସଂଘର ଆଗାମୀ ବୈଠକ ପୁରୀ ବ୍ରହ୍ମଗିରି ଠାରେ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Exit mobile version