ଡିଜିଟାଲ ପ୍ଲାଟଫର୍ମରେ ଗୁରୁ ଦିବସ ପାଳିତ

ଓଡିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ଶନିବାର) ନୟାଗଡ :- ପବିତ୍ର ଗୁରୁ ଦିବସ ଅବସରରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଅଵସର ପ୍ରାପ୍ତ ଏବଂ କାର୍ଯ୍ୟରତ ଗୁରୁଜୀ ଓ ଗୁରୁମାମାନଙ୍କୁ ନେଇ ଜୁମ ଆପ ମାଧ୍ୟମରେ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ

କୁମାର ସାହୁ, ସମ୍ମାନୀତ ଅତିଥିଭାବେ ଜିଲ୍ଲାପାଳ ଡ଼ା. ପୋମା ଟୁଡୁ, ଅନ୍ୟତମ ଅତିଥିଭାବେ ବନଖଣ୍ଡ ଅଧିକାରୀ ଏଚ.ଡି ଧନାରାଜ ଯୋଗଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ନାଟ୍ୟ ଭୂଷଣ ଡ଼ଃ. ବିଜୟ ଚୌଧୁରୀ। ଏହି ଡିଜିଟାଲ ସଭାରେ ଯୋଗଦେଇଥିବା ସମସ୍ତ ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ଗୁରୁମା ଗୁରୁଜୀଙ୍କ ଉପରେ ଅତିଥିମାନେ ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ। (ରିପୋର୍ଟ ରାମ କୃଷ୍ଣ ରଥ)

Exit mobile version