ତେଲେଙ୍ଗାନା ପୋଲିସ ଓଡ଼ିଶା ର ଦାଦନ ଦଲାଲକୁ କାହିଁକି କଲା ଗିରଫ ….??

ତାଙ୍କ ସ୍ତ୍ରୀ ତୁରେକେଲା ଥାନାକୁ ଯାଇ ଅଭିଯୋଗ ଦେଲା ପରେ ତୁରେକେଲା ପୋଲିସ୍ ଦରଖାସ୍ତ କୁ ଗ୍ରହଣ କରି ନ ଥିବା କହି ଛନ୍ତି ।

ବଲାଙ୍ଗୀର ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ତୁରେକେଲା :- ତେଲେଙ୍ଗାନା ପୋଲିସ ଦ୍ଵାରା ତୁରେକେଲା ଥାନା ଅଞ୍ଚଳ ରୁ ଜଣେ ଦାଦନ ଦଲାଲ କୁ ଗିରଫ କରିଥିବା ଜଣାପଡ଼ିଛି l ସୂଚନା ଅନୁସାରେ ତୁରେକେଲା ବ୍ଲକ ଘୁନେସ ଗାଁ ର ତିଲେ ଶଗ୍ରିଆ ବୋଲି ଜଣାପଡ଼ିଛି l ତେଲେଙ୍ଗାନା ର ଭୁବନ ଗିରି ଅଞ୍ଚଳ ରେ ୩୦ ଜଣ ଦାଦନ ଶ୍ରମିକ ଙ୍କୁ ଝାଡା ବାନ୍ତି ହୋଇଥିବା ଓ ତାଙ୍କୁ ଇଟା ଭାଟି ମାଲିକ ଚିକିତ୍ସା ରେ ଅବହେଳା କରିଥିବା ନେଇ ଏକ ଭିଡିଓ ମଧ୍ୟମ ରେ ଦାଦନ ଶ୍ରମିକ ମାନେ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମ ରେ ନିବେଦନ କରିଥିଲେ । ପରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ମଧ୍ଯ ହୋଇଥିଲା।

ସରକାର ଙ୍କ ର ଶ୍ରମ ବିଭାଗ ଦ୍ଵାରା ତାଙ୍କୁ ଉଦ୍ଧାର କରା ଯାଇଥିଲା l ଦାଦନ ଶ୍ରମିକ ମାନଙ୍କୁ ଅଗ୍ରୀମ ପାଉଣା ଦେଇ ଦଲାଲ ଙ୍କ ଜରିଆରେ ନିଆଯାଇ ଥିଲା, କିନ୍ତୁ ଶ୍ରମିକ ଉଦ୍ଧାର ହୋଇ ସରିଲା ପରେ ସେହି ଦାଦନ ସରଦାର ଯାହା ଟଙ୍କା ଶ୍ରମିକ ମାନକୁ ଦିଆ ଯାଇଥିଲା ତାକୁ ସେହି ଦାଦନ ଦଲାଲ ଙ୍କୁ ଦିଅ ବୋଲି ବାରମ୍ବାର ଯୋଗାଯୋଗ କରି ଥିଲା ପରେ ଏକ ମୋକଦ୍ଦମା ରୁଜୁ କରି ଘରୁ ଉଠାଇ ନେଇଥିବା ସୁଚନା ମିଳିଅଛି ।

ତେବେ ଦାଦନ ଶ୍ରମିକ ମାନଂକୁ ଦେଇ ଥିବା ୫୦ଲକ୍ଷ୍ ରୁ ଉର୍ଦ୍ଧ୍ବ ଟଙ୍କା ଦାଦନ ଦଲାଲ ତିଲେ ସଗରିଆ ଙ୍କ ଠାରୁ କାହିକି ଅସୁଲ କରାଯାଉଛି ବୋଲି ଅଭିଯୁକ୍ତ ଦାଦନ୍ ଦଲାଲ ଙ୍କ ପରିବାର ପ୍ରଶ୍ନ ଉଠାଇ ଛନ୍ତି । ଓ ତାଙ୍କ ସ୍ତ୍ରୀ ତୁରେକେଲା ଥାନାକୁ ଯାଇ ଅଭିଯୋଗ ଦେଲା ପରେ ତୁରେକେଲା ପୋଲିସ୍ ଦରଖାସ୍ତ କୁ ଗ୍ରହଣ କରି ନ ଥିବା କହି ଛନ୍ତି। ଏନେଇ ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ ଙ୍କୁ ପଚାରିବାରୁ ଦାଦନ ଦଲାଲ୍ ଙ୍କୁ ତେଲେ ଗାନା ପୋଲିସ୍ ଦ୍ଵାରା ଗିରଫ ହୋଇ ଥିବା କହି ଛନ୍ତି ।

Exit mobile version