Home ଅପରାଧ ତୁରେକେଲା ଥାନା ଅଞ୍ଚଳ ର ଜଣେ ଦାଦନ ଦଲାଲ କୁ ତେଲେଙ୍ଗାନା ପୋଲିସ ଗିରଫ କରିଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ତେଲେଙ୍ଗାନା ପୋଲିସ ଦଲାଲ କୁ ନେଇ ନିଜ ଟଙ୍କା ଅସୁଲି କରିବା ପାଇଁ ଏକ ନାଟକ ରଚିଥିବ ଜଣାପଡୁଛି । ବଲାଙ୍ଗୀର ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ତୁରେକେଲା :- ତୁରେକେଲା ଥାନା ଅଞ୍ଚଳ ର ଜଣେ ଦାଦନ ଦଲାଲ କୁ ତେଲେଙ୍ଗାନା ପୋଲିସ ଗିରଫ କରିଛି । କୌଣସି ଡ଼ାକ୍ତର ମଇନା ନକରି କିଭଳି ଭାବରେ ପୋଲିସ ଜଣେ ଅପରାଧୀକୁ କୋର୍ଟ ଚାଲାଣ କରିବ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅପର ପକ୍ଷରେ ଦୋଷୀ କୁ ଗିରଫ କରିଥିବା ବେଳେ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା କୋର୍ଟକୁ ପଠାଯାଇ ନାହିଁ କାହିଁକି । ତେଲେଙ୍ଗାନା ପୋଲିସ ଦଲାଲ କୁ ନେଇ ନିଜ ଟଙ୍କା ଅସୁଲି କରିବା ପାଇଁ ଏକ ନାଟକ ରଚିଥିବ ଜଣାପଡୁଛି । ଦଲାଲ କୁ ଅତ୍ୟଧିକ ନିର୍ଯ୍ୟାତନା ଦେଉଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି । ଏବେ ତେଲେଙ୍ଗାନା ର ଭୁବନଗିରୀ ଇଟା ଭାଟିରେ ତୁରେକେଲା ଥାନା ଅଞ୍ଚଳର ୩୦ ଜଣ ଦାଦନ ଶ୍ରମିକ ମାଲିକ ଦ୍ଵାରା ଅଟକ ରହିଥିବା ବେଳେ ତୁରେକେଲା ଥାନା ଅଧିକାରୀ କେବଳ ଦଲାଲ କୁ ଗିରଫ କରି ତେଲେଙ୍ଗାନା ପୋଲିସ ଦ୍ଵାରା ପୁରସ୍କୃତ ହେବାକୁ ଚାହୁଁଛନ୍ତି କି ..? ଦାଦନ ଶ୍ରମିକ ମାନଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିବା ମାଲିକ କୁ ସାହାଯ୍ୟ କରିବା ଓ ନିଜ ଅଞ୍ଚଳ ର ନିରୀହ ଗରିବ ଲୋକଙ୍କୁ ଉଦ୍ଧାର ନକରିବା ଏବେ ତୁରେକେଲା ଥାନା ଅଧିକାରୀ ଙ୍କ ଅସଲ ଚରିତ୍ର ଉପରେ ଅଙ୍ଗୁଳି ନିର୍ଦେଶ କରୁଛି । କେବଳ ଟଙ୍କା ମୋହରେ ମାତାଲ୍ ହୋଇ ଅଞ୍ଚଳର ସର୍ବନାଶ କରୁଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । Categories: ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର by Proprietor Abhimanyu Maharana September 13, 2026 ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର by Proprietor Abhimanyu Maharana September 13, 2026 ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ by Proprietor Abhimanyu Maharana September 13, 2026 ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା - ପ୍ରକଳ୍ପରେ ଝଲସିଲେ ପ୍ରତିଭା by Proprietor Abhimanyu Maharana September 13, 2026 MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026