ଭର୍ଚୁଆଲ୍ ମିଟିଙ୍ଗ ମାଧ୍ୟମରେ ବିଜୁ ଯୁବ ଛାତ୍ର ଜନତାଦଳର ପଞ୍ଚମ ପର୍ଯ୍ୟାୟ ସାଙ୍ଗଠନିକ ସମୀକ୍ଷା

ଓଡିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- ଆଜି ତା ୦୩.୦୯.୨୦୨୦ରିଖ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପଞ୍ଚମ ପର୍ପ୍ୟାୟ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଅଛି । ଆଜି ପଶ୍ଚିମ ଓଡିଶାର ବଲାଙ୍ଗିର, ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ତୃଣମୂଳ ସ୍ତରୀୟ ସାଂଗଠନିକ କାର୍ଯ୍ୟକୁ ସମୀକ୍ଷା କରାଯାଇଛି । ଏହି ଭର୍ଚୁଆଲ୍ ବୈଠକରେ ଜିଲ୍ଲା ସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ର୍ପ୍ୟନ୍ତ ବହୁ ସଂଖ୍ୟାରେ ଯୁବ ଓ ଛାତ୍ର ନେତାମାନେ ଯୋଗଦେଇ ସଙ୍ଗଠନ ସମ୍ପର୍କରେ ନିଜର ମତ ରଖିଥିଲେ । ପୂର୍ବରୁ ୪ଟି ର୍ପ୍ୟାୟରେ ୧୬ଜିଲ୍ଲା ଏବଂ ୨ଟି ସାଂଗଠନିକ ଜିଲ୍ଲାର ସାଙ୍ଗଠନିକ ବୈଠକ ସମୀକ୍ଷା କରା ଯାଇଥିଲା । ଆଜିର ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ମିଟିଙ୍ଗ୍‌ରେ ମୁଖ୍ୟ ଅତିଥିରୂପେ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ତଥା ମାନ୍ୟବର ବିଧାୟକ ।ଜପୁର ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ପଶ୍ଚିମ ଓଡିଶାର ସାମାଜିକ ତଥା ଅର୍ଥନୈତିକ ଉନ୍ନତି, ପ୍ରଗତି ଏବଂ ସମୃଦ୍ଧି କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିତି, ନେତୃତ୍ୱ ଏବଂ ଅବଦାନକୁ ଭୁୟସି ପ୍ରସଂଶା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ବଦ୍ଧତା ଅଧ୍ୟବ୍ୟବସାୟ, ତ୍ୟାଗ, ସ୍ୱଚ୍ଛଭାବମୁର୍ତ୍ତି ଏବଂ ବଳିଷ୍ଠ ନେତୃତ୍ୱ ଆଧାରରେ ତଥା “୫ଟି’ ଓ “ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ସମଗ୍ର ଦେଶରେ ଓଡିଶାକୁ ଏକ ବିକଶିତ ରାଜ୍ୟର ମାନ୍ୟତା ମିଳିଛିି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ସଦାସର୍ବଦା ଅର୍ଥନିତୀ ଠାରୁ ଜୀବନକୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି, ଏହାର ସଂପ୍ରତି ଉଦାହରଣ କୋଭିଡ୍ ସୁରିଚାଳନା ବୋଲି ସେ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ ଛାତ୍ର ଏବଂ ମହିଳା ମାନଙ୍କୁ ସଦାସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ବିଶେଷ କରି ଯୁବ ଛାତ୍ର ନେତୃତ୍ୱଗଣ ସର୍ମଣ ଭାବ, ସାହାସ, ତ୍ୟାଗ ଏବଂ ସେବା ମନୋଭାବ ଦ୍ୱାରା ନିଜକୁ ସାମାଜିକ ସେବା ର୍କ୍ୟାରେ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଭର୍ଚୁଆଲ୍ ବୈଠକରେ ମାନ୍ୟବର ବିଧାୟକ ବରଗଡ ଶ୍ରୀ ଦେବେଶ ଆର୍ଚ୍ୟା ଏବଂ ମାନ୍ୟବର ବିଧାୟକ ପାଟଣାଗଡ ସରୋଜ ମେହେର ପ୍ରମୁଖ ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରି ଯୁବଛାତ୍ର ମାନଙ୍କ ସଙ୍ଗଠନକୁ ତୃଣମୂଳ ସ୍ତରରେ ଆହୁରୀ ସୁସଙ୍ଗଠିତ କରିବା ପାଇଁ ମତାମତ ପ୍ରଦାନ କରିଥିଲେ । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ର୍କ୍ୟାକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ଚାନ୍ଦବାଲି ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣା ପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

Exit mobile version