ତିନିରଥ ର ମୁଣ୍ଡଣି ବତା ଫିଟିଙ୍ଗ ଶେଷ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଆଜି ରଥ ନିର୍ମାଣର ୫୪ ତମ ଦିବସରେ ରଥ ନିର୍ମାଣକାରୀ ସେବକ ବୃନ୍ଦ ରଥ ଖାଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ହୋଇ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ସୁଦ୍ଧା ତିନିରଥ ର ପାର୍ଶ୍ଵ ଦୁଆର ବେଢ଼ା ରଥ ଉପରକୁ ଉଠିବା ସହ ଚନ୍ଦ୍ର ଶାଳୀ ରେ ଧ୍ଵଜ ବତା ଲାଗି ହୋଇ ତିନିରଥ ର ମୁଣ୍ଡଣି ବତା ଫିଟିଙ୍ଗ ଶେଷ ହୋଇଥିଲା…)

ପ୍ରଭା ରେ ରୂପ ଖୋଦେଇ ଶେଷ

ଆଜି ରୂପକାର ସେବକ ମାନେ ତିନି ରଥର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଚିତ୍ରକାର ସେବକ ମାନଙ୍କୁ ଖୋଦେଇ ରୂପରେ ରଙ୍ଗ ଚିତ୍ର କାର୍ଯ୍ୟ ପାଇଁ ହସ୍ତାନ୍ତର କରିଛନ୍ତି ।

ପ୍ରଭା ରେ ରଙ୍ଗ କାର୍ଯ୍ୟ ଆରମ୍ଭ

ଆଜି ଚିତ୍ରକାର ସେବକ ମାନେ ତିନିରଥ ପ୍ରଭା ରେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭା ଗୁଡ଼ିକରେ ଧଳା ପ୍ରାଇମର ବୋଳା ଶେଷ କରିଛନ୍ତି । ପ୍ରାଇମର ଶୁଖିଲା ପରେ ପ୍ରଭା ରେ ରଙ୍ଗ ଚିତ୍ର ଆଙ୍କିବେ। (ତାଳ ଧ୍ଵଜ ରଥ ପ୍ରଭା ରେ ଖୋଦେଇ ରୂପରେ ରଙ୍ଗ ଚିତ୍ର ସହ ପ୍ରଭା ମଝି ଭାଗରେ ପଦ୍ମ କଢି ଆଙ୍କିବା ସହ ପ୍ରଭା ଦୁଇ ପାର୍ଶ୍ୱରେ ଶିବ ଏବଂ ନାରଦ ଙ୍କ ଚିତ୍ର ଅଙ୍କନ କରିବେ,

ଦର୍ପଦଳନ ରଥ ପ୍ରଭା ରେ ପଦ୍ମ କଢି ସହ ପ୍ରଭା ଦୁଇ ପେଟ ଗଙ୍ଗା, ଯମୁନା ଙ୍କ ଚିତ୍ର ଏବଂ ନନ୍ଦିଘୋଷ ରଥ ପ୍ରଭା ରେ ପଦ୍ମ କଢି ସହ ଦୁଇ ପାର୍ଶ୍ୱରେ ଇନ୍ଦ୍ର ଏବଂ ବ୍ରହ୍ମା ଙ୍କ ଚିତ୍ର ଅଙ୍କନ କରିବେ) ଏଥିସହ ଚିତ୍ରକାର ସେବକ ମାନେ ତିନି ରଥର ସିଂହାସନ ବେଦୀ ତିନି ପାର୍ଶ୍ଵରେ ଗାଈ ପଲ୍ଲ ଚିତ୍ର ଅଙ୍କନ ଶେଷ କରିଛନ୍ତି,ଏଥିସହ ନନ୍ଦିଘୋଷ ରଥର ଚକ, ଦଣ୍ଡା , ଗୁଜ ,

ବାହ୍ୟ ଅଂଶ ଗୁଡ଼ିକରେ ଆବଶ୍ୟକୀୟ ରଙ୍ଗ ଶେଷ କରି ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି, ଏଥିସହ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ରଥ ଦରଜୀ ଦରଜୀ ସେବକ ମାନେ ତିନି ରଥର ୧୨ ଟି ଚନ୍ଦ୍ର ଶାଳୀ , ୧୨ ଟି ଅଁଳା ଶ୍ରୀ , କନା କାର୍ଯ୍ୟ ଶେଷ

ହେବାସହ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଚକା ଅପସରା କାର୍ଯ୍ୟ ଶେଷ କରି କନକ ମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡା ଚାନ୍ଦୁଆ ଏବଂ ସାରଥି ପୋଷାକ ଆରମ୍ଭ କରିଛନ୍ତି । (ଆଜି କୋଠ ସୁଆଁଶିଆ ସେବକ ମାନେ ରାତ୍ର କାଳରେ ତିନି ରଥର ଦୁଆର ବେଢ଼ାରେ କନା ପକା କାର୍ଯ୍ୟ ଆରମ୍ଭ କରିବେ) କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ କଳସ କଣ୍ଟା, ଶୁଆ କଣ୍ଟା ଯୋଗାଇ ସାରିବା ପରେ ତିନିରଥ ର ୪ ଟି ଲେଖାଏଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

ତା୨୩.୦୬.୨୦୨୫ରିଖ,ସୋମବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୫୪ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନିରଥ ର ମହାରଣା ସେବକ – ୭୭ *ତିନିରଥ ର ଭୋଇ ସେବକ – ୭୬ *ତିନିରଥ ର କରତୀ ସେବକ – ୪ *ତିନିରଥ ଓଝା କମାର ସେବକ – ୨୦ *ତିନିରଥ ର ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣି ବାଲା) – ୧ *ଚିତ୍ରକାର – ୪୪ ମୋଟ – ୨୪୭ ଜଣ

Exit mobile version