ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜୁନ ୨୭ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀମନ୍ଦିର ରତ୍ନବେଦିରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ତିନିରଥ ଶୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିବ । ଯେଉଁ ସ୍ଥାନରେ ତିନିରଥ ରହିବ ସେହି ସ୍ଥାନରେ ରଙ୍ଗ ବେରଙ୍ଗର ଝୋଟି ଚିତା ପକାଯାଇଛି । ତିନିରଥ ରହିବା ପାଇଁ ଅଲଗା ଅଲଗା ସ୍ଥାନ ନିରୁପଣ କରାଯାଇଛି । ସ୍ବତନ୍ତ୍ର ବ୍ଯାରିକେଡ ଦ୍ବାରା ଆବଦ୍ଧ କରାଯାଇଛି ।
ମନ୍ଦିରକୁ ନୂଆ ରଙ୍ଗ କରାଯାଇ ଆକର୍ଷଣୀୟ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରୀ ସମ୍ମୁଖରେ ଥିବା ଗଛମୂଳ ଗୁଡିକ ବାଲି ପୋତାଯାଇ ଚାନ୍ଦିନି କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦୁଇ ପାର୍ଶ୍ବରେ ସୂଚନା କେନ୍ଦ୍ରକୁ ଗ୍ରାନାଇଟ ପଥରରେ ଆକର୍ଷଣୀୟ କରାଯାଇଛି । ମନ୍ଦିର ଭିତର ଓ ବାହାରକୁ ସଜ୍ଜିତ କରାଯାଇଛି ।

