Home ଓଡ଼ିଶା ରଥଖଳା ହାଲଚାଲ ୫୨ତମ ଦିବସ ତିନିରଥର ପ୍ରଭାଫ୍ରେମ, ଦୁଆରବେଢା, କନକମୁଣ୍ଡି, ଧୂଳିଦଣ୍ଡା ଶେଷ ପର୍ଯ୍ଯାୟରେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଆଉ ପାଞ୍ଚଦିନ ପରେ ବିଶ୍ବପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ।ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଟାଉନହଲ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ରଥନିର୍ମାଣ କାର୍ଯ୍ଯ ଯୋରସୋରରେ ଆଗେଇ ଚାଲିଛି । ୪୬ ଜଣ ଚିତ୍ରକର ସେବକ ରଥର ରଙ୍ଗ କାର୍ଯ୍ଯ ଜାରି ରଖିଛନ୍ତି । ତିନିରଥର ପ୍ରଭାଫ୍ରେମ ଶେଷ ହୋଇଛି । ଦୁଆରବେଢା ନିର୍ମାଣ କାର୍ଯ୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହାରଣା ସେବକ ଓ ଭୋଇ ସେବକ ମାନେ ସିଂହାସନ ବେଦି ଓ ପ୍ରଥମ ଭୂଇଁ ମଧ୍ଯ ଭାଗରେ କନକମୁଣ୍ଡି ବସାଇଛନ୍ତି । ସେଥିରେ ପିତ୍ତଳ ଚଦର ଆବରଣ ଫିଟିଙ୍ଗ କରାଯିବ । ଯାହାଫଳରେ ରଥ ଭିତରେ ବର୍ଷା ପାଣି ପଡିବ ନାହିଁ । ତିନିରଥର ୧୨ଟି ଦୁଆରବେଢା ନିର୍ମାଣ ଶେଷ ହୋଇଛି । ସେଥିରେ ଚିତ୍ରକର ସେବକ ମାନେ ରାହୁମଣ୍ଡ,ଛାୟା, ମାୟା ଚିତ୍ରଅଙ୍କନ କରୁଛନ୍ତି । ତିନିରଥ ପ୍ରଭାରେ ରୂପକାର ସେବକ ମାନେ ରୂପ ଖୋଦେଇ କାର୍ଯ୍ଯ ଜାରି ରଖିଛନ୍ତି । ତିନିରଥରେ ଧୂଳିଦଣ୍ଡା ଫିଟିଙ୍ଗ କରାଯାଇଛି । ତିନିରଥରେ ଘୋଡା ଇଷ ଫିଟିଙ୍ଗ କରିବା ସହ ସେଥିରେ ଦୁଇଟି ଲେଖାଁଏ ବିନ୍ଧ କରାଯାଇଛି । ଚିତ୍ରକର ସେବକ ମାନେ ୧୨ଟି ଦୁଆରବେଢା, ତିନିରଥର ୧୨ଟି ଘୋଡା, ୬ଟି ସାରଥୀ, ପାର୍ଶ୍ବ ଦେବାଦେବୀ, କଳସ, ହଂସ, ପଟା, ନାଟଗୋଡ ରଙ୍ଗ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଶ୍ରୀମନ୍ଦିର କାର୍ଯ୍ଯାଳୟ ଉପର ମହଲାରେ ଦରଜି ସେବକ ମାନେ ତିନିରଥର ବତା କନାରେ ଲେସ ଫିଟିଙ୍ଗ କାର୍ଯ୍ଯ ଶେଷ କରିଛନ୍ତି । ୧୨ ଦୁଆରବେଢା ପାଇଁ କଟିଙ୍ଗ କନାରେ ଜରି ଲେସ, ଚାନ୍ଦି ଜରି, ଫୁଲ ଡାଳି କାର୍ଯ୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୋଳବେଦି କୋଣ ଅସ୍ଥାୟୀ କମାରଶାଳର ତିନିବାଡରେ ଓଝା ସେବକ ମାନେ ଧୂଳିଦଣ୍ଡା କଣ୍ଟା, ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଓ ଧ୍ବଜବତା କଣ୍ଟା ନିର୍ମାଣ କାର୍ଯ୍ଯ ଜାରି ରଖିଛନ୍ତି । ରଥଖଳାରେ ୭୮ ଜଣ ମହାରଣା ସେବକ, ୭୭ ଜଣ ଭୋଇ ସେବକ, ୪ଜଣ କରତି ସେବକ, ୨୦ ଜଣ କମାର ସେବକ, ୨ ଜଣ ତୁମ୍ବ ବିନ୍ଧ କାରୀଗର, ୨୧ ଜଣ ରୂପକାର ସେବକ, ୨ ଜଣ ପାହି ମହାରଣା ଓ ଜଣେ ରଥଖଳା ସହାୟକ ନିଷ୍ଠା ଓ ଭକ୍ତିର ସହ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ ଅଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026