ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ବଲାଙ୍ଗୀର :- ବଲାଙ୍ଗୀର ଜିଲ୍ହା ତୁରକେଲା ବ୍ଲକ କଣ୍ଟାବାଞ୍ଜି ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି Iଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଙ୍କ ଅଧକ୍ଷତା ରେ ପରିଚାଳନା କରାଯାଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଅଞ୍ଚଳ ର ଜଣେ ଜଣାଶୁଣା ସମାଜସେବୀ ତଥା ଅବସରପ୍ରାପ୍ତ ପୂର୍ବତନ ସେନାବାହିନୀ କର୍ମଚାରୀ ଶ୍ରୀ କାହ୍ନୁ ଚରଣ ମିଶ୍ର ଯୋଗଦାନ କରି ଉପସ୍ଥିତ କର୍ମଚାରୀ ଓ ଛାତ୍ରୀମାନଙ୍କୁ ଯୋଗ ର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ.

ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦେଶ ଅନୁସାରେ ମହାବିଦ୍ୟାଳୟ ରେ ସକାଳ ୬ଟା ୩୦ ମିନିଟ ସମୟରୁ ଯୋଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ୭ଟା ୪୫ ମିନିଟ ରେ ସମାପ୍ତି କରାଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ଦୀପିକା ଅଗ୍ରୱାଲ ପ୍ରଶିକ୍ଷିକା ଭାବେ ଯୋଗଦାନ କରି ଯୋଗା କ୍ଲାସ କୁ ସୁଚାରୁ ରୂପେ ପରିଚାଳନା କରି ବିଭିନ୍ନ ଯୋଗାସନ,

ଶାରୀରିକ ବ୍ୟାୟାମ ଓ ପ୍ରାଣାୟାମ ବିଷୟରେ ଛାତ୍ରୀମାନଙ୍କୁ ଅଭ୍ୟାସ କରାଇଥିଲେ.ସବୁ ଛାତ୍ରୀମାନେ ଶୃଙ୍ଖଳିତ ଭାବେ ପ୍ରଶିକ୍ଷିକା ଙ୍କ ଅନୁସାରେ ଗୋଟିଏ ଘଣ୍ଟା ଯୋଗା ଅଭ୍ୟାସ କରିଥିଲେ.ପରିଶେଷରେ ଅଧକ୍ଷ ଶ୍ରୀ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଓ ସମସ୍ତେ ନିଜ ପରିବାର ପାଇଁ, ଦେଶ ଓ ପୃଥିବୀ ପାଇଁ ପ୍ରତେକ ଦିନ ଯୋଗ କରିବାର ଶପଥ ନେଇଥିଲେ I

Exit mobile version