Home ଓଡ଼ିଶା ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତ ସରକାର ଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାର ଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସାରା ରାଜ୍ୟ ରେ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମ ରେ ରାମନାଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆଜି ଚାକୁଣ୍ଡା ଠାରେ ଆୟୋଜିତ ହୋଇଛି। ବିଭାଗ ତରଫରୁ ଏହି ବ୍ଲକ ରେ ୫୦୦ କିମ୍ବା ତଦୁର୍ଦ୍ଧ୍ବ ଜନସଂଖ୍ୟା ଏବଂ ଅତି କମ ରେ ୫୦ ପ୍ରତିଶତ ଅନୁସୂଚିତ ଜନଜାତି ବସବାସ କରୁଥିବା ୧୦ଟି ପଞ୍ଚାୟତ ର ୨୧ ଟି ଗ୍ରାମ କୁ ଏହି କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି। ମୁଖ୍ୟତଃ ଏହି ଜନଜାତି ଗ୍ରାମ ରେ ଭିତ୍ତିଭୂମି,ସ୍ବାସ୍ଥ୍ୟ,ଶିକ୍ଷା ଓ ଜୀବିକା ର ବିକାଶ ପାଇଁ ସଚେତନ କରାଯାଇଥିଲା । ଏଥି ସହିତ ସରକାର ଙ୍କ ବିଭିନ୍ନ ବିଭାଗ ର ମିଳିତ ପ୍ରୟାସ ରେ ଉକ୍ତ ଗ୍ରାମ ରେ ବସବାସ କରୁଥିବା ଜନଜାତି ଙ୍କ ପାଇଁ ନିରାପଦ ବାସସ୍ଥାନ, ବିଶୁଦ୍ଧ ପାନୀୟ ଜଳ,ପରିମଳ,ଉନ୍ନତ ଶିକ୍ଷା,ସ୍ୱାସ୍ଥ୍ୟ,ସଡ଼କ ଓ ଦୂରସଂଚାର ସଂଯୋଗିକରଣ,ବିଦ୍ୟୁତୀକରଣ ଓ ଚିର ସ୍ଥାୟୀ ଜୀବିକା ସୃଷ୍ଟି ନିମନ୍ତେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅତିଥି ରୂପେ ଭାରପ୍ରାପ୍ତ ଜିପିଡିଓ ପଦ୍ମନ ସାହୁ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ପୁଲାକା ,ଶିଶୁ ବିକାଶ ଯୋଜନା ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ନିରୀକ୍ଷକ ହରିହର ହାଲୁଆ, ପ୍ରମୁଖ ଯୋଗ ଦେଇ ଜନଜାତି ସଶକ୍ତିକରଣ ନିମନ୍ତେ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟ ରେ ଅବଗତ କରିଥିଲେ । ଏଥି ସହିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁର,ସ୍ୱାସ୍ଥ୍ୟ,ରାଜସ୍ବ ,କୃଷି ,ମହିଳା ଶିଶୁ ବିକାଶ ବିଭାଗ ଅଧିକାରୀ ଯୋଗ ଦେଇ ଜନଜାତି ଙ୍କ ନିମନ୍ତେ ଉପଯୋଗୀ ବିଭିନ୍ନ ଯୋଜନା ବାବଦ ରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଯନ୍ତ୍ରୀ ସୁମିତ୍ରା ଦାସ,ଅଜିତ କୁମାର ଚୌଧୁରୀ , ଏମ୍ବିକେ ସିଆରପି ସହଯୋଗ କରିଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ରେଳମଦଦ୍ ମାଧ୍ୟମରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଉଦ୍ଧାର by Proprietor Abhimanyu Maharana September 11, 2026 ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା, ସାଗର ର ଆହ୍ଵାନ ପ୍ରଥମ ଚିଲିକା ବ୍ଲକ by Proprietor Abhimanyu Maharana September 11, 2026 ଗଜପତି ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ।ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ by Proprietor Abhimanyu Maharana September 11, 2026 ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା କିଲୋଗ୍ରାମ ଗଞ୍ଜେଇ ଜବତ by Proprietor Abhimanyu Maharana September 11, 2026 ୧୬ ଲକ୍ଷ ଟଙ୍କା ଠକେଇ ମାମଲାରେ ପାରଳା ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ by Proprietor Abhimanyu Maharana September 11, 2026 ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଟି ବଚାଅ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 11, 2026