Home ଓଡ଼ିଶା ପିତଳରେ ନବୀନଙ୍କ ଲାଗି ପୂଜାର୍ଚ୍ଚନା ଓ ସମୁହ ଦ୍ଵୀପ ଦାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମାନ୍ୟବର ବିରୋଧୀ ଦଳର ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ୍ ଆର୍ଥ୍ରାଇଟିସ୍ ରୋଗର ଚିକିତ୍ସା ନିମନ୍ତେ ଗତ ୨୦ ତାରିଖରେ ମୁମ୍ବାଇ ଗସ୍ତ କରିଛନ୍ତି। ରବିବାର ମୁମ୍ୱାଇ ସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ନବୀନ ବାବୁଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅସ୍ତ୍ରୋପଚାର ହେବ। ଓଡିଶାର ସାଢେ଼ ଚାରି କୋଟି ଓଡ଼ିଆଙ୍କ ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସଫଳ ଚିକିତ୍ସା ସହ ଆଶୁ ଆରୋଗ୍ୟ କାମନା ଓ ନିରାମୟ ଦୀର୍ଘାୟୁ ପାଇଁ ଶେରଗଡ଼ ବ୍ଲକ ପିତଳରେ ବିଜେଡ଼ି ପକ୍ଷରୁ ରବିବାର ମନ୍ଦିରରେ ପୂଜାର୍ଚ୍ଚନା ଓ ସମୁହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ରାଧାକୃଷ୍ଣ ପରିବା ସଂଘ ସଭାପତି, ଜଣାଶୁଣା ସଂଗଠକ ତଥା ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ମହାପାତ୍ରଙ୍କ ନେତୃତ୍ବରେ ଅଞ୍ଚଳ ପ୍ରସିଦ୍ଧ ଶୈବପୀଠ ଉତ୍ତରେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ସହ ସମୁହ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ସହ ସନ୍ଧ୍ୟାରେ ପଞ୍ଚାୟତର ଘରେ ଘରେ ଦ୍ଵୀପ ପ୍ରଜ୍ଜ୍ୱଳନ କରି ଗ୍ରାମବାସୀ ପ୍ରିୟ ନେତା ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। କାର୍ଯ୍ୟକ୍ରମରେ ପିଙ୍କୁ ପରିଡ଼ା, ଦିଲ୍ଲୀପ ମହାନ୍ତି, ଯୋଗେନ୍ଦ୍ର ସେନାପତି, ଦିଲ୍ଲୀପ ପ୍ରଧାନ, ନିରାକାର ସାହୁ ଓ ହୃଦାନନ୍ଦ ସାହୁଙ୍କ ସମେତ ବହୁ କର୍ମୀ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ସ୍ଵପ୍ନେଶ୍ୱର ମନ୍ଦିରରେ ବିଜେଡ଼ି ନେତୃମଣ୍ଡଳୀ ପୂଜାର୍ଚ୍ଚନା କରିବା ସହ ୧୦୮ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’ by Proprietor Abhimanyu Maharana July 23, 2026 ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ by Proprietor Abhimanyu Maharana July 23, 2026 ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ - ବାବୁ ସିଂହ by Proprietor Abhimanyu Maharana July 23, 2026 Eastern Regional Police Coordination Committee (ERPCC) Meeting–2026 by Proprietor Abhimanyu Maharana July 23, 2026 ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା by Proprietor Abhimanyu Maharana July 23, 2026 ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି by Proprietor Abhimanyu Maharana July 23, 2026