Home ଓଡ଼ିଶା କଳିଙ୍ଗ ଷ୍ଟାଡ଼ିୟମ୍ରେ ଆରମ୍ଭ ହେଲା ୭୮ତମ ସିନିୟର ନ୍ୟାସନାଲ ଆକ୍ଵାଟିକ୍ ଚାମ୍ପିୟନସିପ୍ : by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପ୍ରଥମ ଦିନରେ ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ କ୍ରୀଡ଼ାବିତ୍ ସୃଷ୍ଟି ଉପାଧ୍ୟାୟ ଓଡ଼ିଶାରେ ସନ୍ତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ୧୩ଟି ଜିଲ୍ଲାରେ ନିର୍ମାଣ ହେବ ୧୩ ଟି ସୁଇମିଙ୍ଗ ପୁଲ୍ କମ୍ପ୍ଲେକ୍ସ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତା (ସନ୍ତରଣ ପ୍ରତିଯୋଗିତା) ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଜୁନ୍ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ସ୍ବିମିଙ୍ଗ ଫେଡ଼େରେସନ୍ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ସ୍ବିମିଙ୍ଗ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ପ୍ରାୟ ୪୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।ଓଡ଼ିଶାରୁ ୭ଜଣ ପୁରୁଷ ଓ ୭ ଜଣ ମହିଳା ସର୍ବମୋଟ୍ ୧୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।ଆଜି ପ୍ରଥମ ଦିନରେ ଓଡ଼ିଶାର କ୍ରୀଡ଼ାବିତ୍ ସୃଷ୍ଟି ଉପାଧ୍ୟାୟ ୧୦୦ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।ଆଜି ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଓଡ଼ିଶାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ପ୍ରତିଯୋଗୀ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ସୁନାମ ଅର୍ଜନ କରିବେ ବୋଲି ମୁଁ ଆଶା କରୁଛି। ଏଥିସହିତ ସମସ୍ତ କ୍ରୀଡ଼ାବିତ୍ମାନଙ୍କର ଉଜ୍ଜଳ ଭବିଷ୍ୟତର କାମନା କରୁଛି। କ୍ରୀଡ଼ା ଓ କ୍ରୀଡ଼ାବିତ୍ମାନଙ୍କର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ସନ୍ତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ଆଗାମୀ ଦିନରେ ୧୩ ଟି ଜିଲ୍ଲାରେ ୧୩ଟି ସୁଇମିଙ୍ଗ ପୁଲ୍ କମ୍ପ୍ଲେକ୍ସ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଆମ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ସନ୍ତରଣରେ କ୍ରୀଡ଼ା ପ୍ରତିଭାର ବିକାଶ ନିମନ୍ତେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସ୍ବିମିଙ୍ଗ ଫେଡ଼େରେସନ୍ ଅଫ୍ ଇଣ୍ଡିଆର ପ୍ରେସିଡେଣ୍ଟ ଶ୍ରୀ ଆର.ଏନ ଜୟପ୍ରକାଶ, ଏସିଆନ୍ ଆକ୍ଵାଟିକ୍ ଫେଡ଼େରେସନ୍ର ଭାଇସ୍ ପ୍ରେସିଡେଣ୍ଟ ବିରେନ୍ଦ୍ର ନାନାବତୀ,ସ୍ବିମିଙ୍ଗ ଫେଡ଼େରେସନ୍ ଅଫ୍ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ମୋନାଲ ଚୋକ୍ସି, ଓଡ଼ିଶା ଷ୍ଟେଟ ସ୍ବିମିଙ୍ଗ ଆସୋସିଏସନ୍ର ଜେନେରାଲ ସେକ୍ରେଟାରୀ ଶ୍ରୀମତୀ ଗୋଲାପମଣି ମହାନ୍ତ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026 ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ by Proprietor Abhimanyu Maharana September 29, 2026 ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026