Home ଓଡ଼ିଶା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ : ବିନା ସୂଚନା ଫଳକରେ ଚାଳିଛି – ତୁରେକେଲା ରାସ୍ତା କାମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଜିଲ୍ଲା ପ୍ରଶାସନ ଆଖି ଥାଇ ଅନ୍ଧ ବିନା ସୂଚନା ଫଳକ ରେ ଚାଳିଛି ରାସ୍ତା କାମ : ନିମ୍ନ ମାନର କାର୍ଯ୍ୟ ଅଭିଯୋଗ – ତଦନ୍ତ ପାଇଁ ଦାବି । ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) :- ତୁରେକେଲା ବ୍ଲକ ରେ ଚାଳିଛି ସରକାରୀ କାମ ରେ ଅନିୟମିତତା। ଠିକାଦାରଓ ଯନ୍ତ୍ରୀ ମାଲେ ମାଲ୍। ଲୋକ ପ୍ରତିନିଧି ଙ୍କ ଜାନତ ରେ ହେଉଛି ହରି ଲୁଟ । ବ୍ଲକ ପ୍ରଶାସନ ଙ୍କ ଆଖିରେ ଅନ୍ଧ ପୁଟୁଳି। ଏ ଭଳି ଦେଖାଇବାକୁ ମିଳିଛି ମାନ୍ଦଲା ରୁ କୁଇବାହାଲ ଯିବା ରାସ୍ତା । ଏହି ରାସ୍ତା ପ୍ରାୟ ୨ କିମି ମୁରୁମ୍ ମେଟାଲ କାର୍ଯ୍ୟ ସମ୍ପାଦନ ହୋଇଛି ତଥାପି ଏହାର ସୂଚନା ଫଳକ ନାହିଁ , ଯୋଉଥୀ ପାଇଁ ଏହା କେଉଁ ବିଭାଗର କାର୍ଯ୍ୟ, କାର୍ଯ୍ୟର ଅଟକଳ କେତେ, ବାଦୈନିକ ମଜୁରୀ କେତେ ତାହା ସାଧାରଣ ଜନତା ଜାଣି ପାରୁନାହାନ୍ତି । ଲୋକେ ସନ୍ଧେହ କଲେଣି କି ଏହି କାର୍ଯ୍ୟ ରେ ଠିକାଦାର , ଯନ୍ତ୍ରୀ ଲୋକପ୍ରତିନିଧି ଙ୍କ ଶଳା ସୁତୁରା ରେ ହୋଇ ଟଙ୍କା ହଡ଼ପ ଉଦ୍ୟମ କରୁଥିବା ଅଭିଯୋଗ ହୋଇଅଛି । ତେବେ ସରକାରୀ ନିୟମ ଅନୁସାରେ ଯେକୌଣସି କାର୍ଯ ଆରମ୍ଭ ପୂର୍ବରୁ ସୂଚନା ଫଳକ ଅନିବାର୍ଯ୍ୟ ରହିଥିବା ବେଳେ ତାର ବ୍ୟତିକ୍ରମ ଦେଖାଇବାକୁ ମିଳିଛି ଏହି ଅଞ୍ଚଳ ମାନଙ୍କରେ । ରାସ୍ତା ନିର୍ମାଣ କ୍ୟାର୍ଯ୍ୟ ଶେଷ ହୋଇ ଯାଇଥିଲେ ସୁଦ୍ଧା ଏହି ରାସ୍ତାର ସୂଚନା ଫଳକ ଲଗା ଯାଇନାହିଁ । ତେଣୁ ଏଇଠି ସ୍ପଷ୍ଟ ବାରି ହେଉଛି ଦୁର୍ନୀତିର ଗନ୍ଧ। ପୁଣି ମାନ୍ଦଳା ରୁ ପଖନମୁଣ୍ଡା ରାସ୍ତା ମଧ୍ୟ ନିମ୍ନ ମାନ କାର୍ଯ୍ୟ ହୋଇ ଥିବା ଅଭିଯୋଗ ହେଉଅଛି । ଖାଲ ଖମା ରେ କେବଳ ମେଟାଲ୍ ପକାଇ ବିଲ୍ ପାସ୍ କରି ଦେଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଏଇଠି ମଧ୍ୟ ସୁଚନା ଫଳକ ନ ଥିବା ଦେଖାଇବାକୁ ମିଳୁଛି । ତେବେ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ସରକାରୀ କାର୍ଯ୍ୟ ହରିଲୁଟ ସହ ନିମ୍ନ ମାନର ହେଉଥିବା କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେଇ ରାସ୍ତା କାର୍ଯ୍ୟ ଉନ୍ନତ ମାନର କାର୍ଯ୍ୟ କରାଯାଉ ବୋଲି ସାଧାରଣ ରେ ଦାବୀ ହେଉଛି । ଏବିଷୟରେ ତୁରେକେଲା ବିଡ଼ିଓ ପୂର୍ଣାନନ୍ଦ ପଟେଲ୍ ଙ୍କୁ ପଚାରି ବାରୁ ତାର ତଦନ୍ତ କରାଯିବ ଓ ଯଦି ସେ ଭଳି ଅଭିଯୋଗ୍ ର ସତ୍ୟତା ଥାଏ ତାହେଲେ ସଂପୃକ୍ତ ଅଧିକାରୀ ଓ ଠିକାଦାର ଉପରେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି କହି ଛନ୍ତି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ରଘୁ ଦିବାକର ଉଚ୍ଚ ବିଦ୍ୟାଳୟବିକାଶ ପାଇଁ ସମୀକ୍ଷା କଲେ, ବ୍ଲକ ଅଧ୍ୟକ୍ଷା by Proprietor Abhimanyu Maharana September 5, 2026 ବେଣ୍ଟ ଠାରୁ ମିଳିଥିବା ନର କଂକାଳର ଦୁଇ ଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି ଓ ତାହା ଦିବ୍ୟପ୍ରକାଶ ଙ୍କର ବୋଲି ପୁଲିସ ଦୃଢତାର ସହ କହୁଛି by Proprietor Abhimanyu Maharana September 4, 2026 ରଣପୁର ଥାନା : ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର - ଅଭିଯୋଗ ଆଣିଲେ ପରିବାର ଲୋକ by Proprietor Abhimanyu Maharana September 4, 2026 ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା by Proprietor Abhimanyu Maharana September 4, 2026 ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ by Proprietor Abhimanyu Maharana September 4, 2026 ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି by Proprietor Abhimanyu Maharana September 4, 2026