ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ନୃସିଂହନାଥ ମନ୍ଦିର କର୍ତୃପକ୍ଷ
ବରଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ସରକାରୀ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ମନ୍ଦିର କର୍ତ୍ତୃପକ୍ଷ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ତତ୍ତ୍ଵାବଧାନରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ,ମେଲା କମିଟି ସଦସ୍ୟ ସଞ୍ଜୀବ ମାଝୀ, ସତ୍ୟ ବେହେରା, ଲୋଚନ ପଧାନ ପ୍ରମୁଖ ଭୁନେଶ୍ବର ଯାଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପଢୌକନ ସହିତ ମନ୍ଦିରର ଫୋଟୋ ପ୍ରଦାନ କରାଯାଇଥିଲା ।
