ଦୀପ ଦାନ ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ମନ୍ଦିରେ ଦୀପଦାନ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍)   :- BJD ସୁପ୍ରିମୋ ନବୀନ ପଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ଖୋର୍ଦ୍ଧା ବିଜେଡି ପକ୍ଷରୁ ଦୀପ ଦାନ ସହ ସ୍ୱତନ୍ତ୍ର ପୂଜାର୍ଚନା କରାଯାଇଛି । ମା ଉଗ୍ରତାରା ଦେବୀଙ୍କ ମନ୍ଦିରରେପୂର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱ ରେ ଟାଙ୍ଗୀ ବ୍ଲକ ମୂଳିଝର ଗଡ଼ ର ମା ତାରାଦେବୀଙ୍କ  ନିକଟରେ ଦୀପ ଦାନ  କରାଯାଇଅଛି । ଦୀପ ଦାନ ସହ ମା ଉଗ୍ରତାରାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।
ଏହି କାର୍ଯ୍ୟକ୍ରମ ରେ  ଶତାଧିକ କର୍ମୀ ସାମିଲ ହୋଇଛନ୍ତି । ମା ଉଗ୍ରତାରା ହେଉଛନ୍ତି ପ୍ରତ୍ୟକ୍ଷ ଦେବି ବିପଦରେ ପଡ଼ିଥିଲେ ଡାକିଲେ ଓ କରନ୍ତି ମା ତାରାଦେବୀ । ସେଥିପାଇଁ ମା ଉଗ୍ରତାରାଙ୍କର ସେବାୟତ ଙ୍କ ଜରିଆରେ ନବୀନ ପଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ ସହ ପୂଜାର୍ଚ୍ଚନା ସହ ମାଜଣା କରା ଯାଇଅଛି ।

ଏହି ଦୀପ ଦାନ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା. ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ କୁମାର ରାଉତରାୟ.. ବିଜେଡି ସଂଗଠକ ପବିତ୍ର କୁମାର ପାଇକରାୟ. ସରପଞ୍ଚ କିଶୋର କୁମାର ରାଉତରାଙ୍କ ବହୂ କର୍ମୀ ସାମିଲ ହୋଇ ନବୀନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Exit mobile version