ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ କୁ ମିଳିଲା ବଡ ସଫଳତା । ପୂର୍ବରୁ ବାଣପୁର ଅଞ୍ଚଳରେ ବିଭିନ୍ନ ଜାଗାରେ ଚୋରି ହୋଇଥିବା ଅଭିଯୋଗ ରେ ଚାରି ଅଭିଯୁକ୍ତ ଗିରଫ l ୨୦୨୫ ରେ ୫ ଓ ୨୪ ରେ ଗୋଟିଏ ଚୋରୀ ଘଟଣା ରେ ଆଜି ବାଣପୁର ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l
ସେମାନଙ୍କ ମଧ୍ୟରୁ ୩ ଜଣ ଚୋରୀରେ ସମ୍ପୃକ୍ତ ଥିବାବେଳେ ଅନ୍ୟ ଜଣେ ଅଳଙ୍କାର କିଣିଥିବା ବ୍ୟକ୍ତି ସାମିଲ ଅଛି l ସେମାନଙ୍କ ଠାରୁ ପ୍ରାୟ ୩୦ ଗ୍ରାମ ସୁନା ଓ ୬୦ ଗ୍ରାମ ରୁପା ଅଳଙ୍କାର ସହ ୩ ବାଇକ, ୧ ଲାପଟପ , କ୍ୟାମେରା, ସିସି ଟିଭି, ଚୋରୀ ରେ ବ୍ୟବହାର ସାମଗ୍ରୀ ଜବତ କରିଛି ପୋଲିସ l ଗତ କିଛି ମାସ ହେବ ବାଣପୁର ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଲଗାତର ଭାବରେ ଚୋରୀ ଡକାୟତି ବଢ଼ିବାରେ ଲାଗିଛି l ବାଣପୁର ଥାନାରେ ଏନେଇ ଅଭିଯୋଗ ହେବାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ l ଏନେଇ ଆଜି ବାଣପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତ ବାଲୁଗାଁ ଏସ୍ଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ l

