Home ଓଡ଼ିଶା ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ମହିଳାଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ଓ ମାସିକ ଋତୁସ୍ରାବକୁ ନେଇ ରହିଥିବା ଅପବାଦକୁ ଦୂର କରିବା ପାଇଁ ଆୟୁ ଫାଉଣ୍ଡେଶନ ପକ୍ଷରୁ, ଅଙ୍କୁରା ହସ୍ପିଟାଲ ଭୁବନେଶ୍ୱର, ୯ଏମ ଫର୍ଟିଲିଟି, ରୋଟାରି କ୍ଲବ ଅଫ ଭୁବନେଶ୍ୱର ମିଡୋଜ୍ (ଆଇଡି ବି୬୦୩୬) ଓ ୟୁନିଚାର୍ମ ସହ ସହଭାଗିତାରେ ଏକ ସମୁଦାୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଋତୁସ୍ରାବ ସ୍ୱାସ୍ଥ୍ୟ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା’ । ଏହି କାର୍ଯ୍ୟକ୍ରମକୁ ନାରୀତ୍ୱ, ପ୍ରଜନନ ଓ ଋତୁସ୍ରାବ ସମ୍ମାନରେ ଓଡିଶାରେ ସାଂସ୍କୃତିକ ଭାବେ ପାଳନ କରାଯାଉଥିବା ରଜ ମହୋତ୍ସବ ସହ ମିଳିତ ଭାବେ ଆୟୋଜନ କରାଯାଇଥିଲା । ରଜ ମହୋତ୍ସବ ସହ ଏହି କାର୍ଯ୍ୟକ୍ରମକୁ ସଂଯୋଜିତ କରି ଆୟୋଜକମାନେ ଏକ ପ୍ରାକୃତିକ ଓ ସମ୍ମାନିତ ଜୈବିକ ପ୍ରକ୍ରିୟା ଭାବେ ଋତୁସ୍ରାବର ମହତ୍ୱକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଋତୁସ୍ରାବ ସ୍ୱଚ୍ଛତା ଅଭ୍ୟାସ ଉପରେ ଏକ ଅଧିବେଶନ ଅନ୍ତର୍ଭୁକ୍ତ ଥିଲା । ଏହାପରେ ୟୁନିଚାର୍ଜ ସହଯୋଗରେ ସୋଫି ସାନିଟାରୀ ନାପ୍କିନ୍ସର ବିତରଣ କରାଯାଇଥିଲା । ଅଙ୍କୁରା ହସ୍ପିଟାଲ, ଭୁବନେଶ୍ୱରର ପ୍ରତିଷ୍ଠିତ ଅବ୍ଷ୍ଟେଟ୍ରିସିଆନ ଓ ଗାୟନାକୋଲୋଜିଷ୍ଟ ଡକ୍ଟର ମୋନାଲିସା ନାୟକ ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସଂକ୍ରମଣକୁ ରୋକିବା ଓ ମହିଳାଙ୍କୁ ସୁସ୍ଥତା ବୃଦ୍ଧି କ୍ଷେତ୍ରରେ ଋତୁସ୍ରାବ ସ୍ୱଚ୍ଛତାର ଭୂମିକା ଉପରେ ମହତ୍ୱ ଦେଇଥିଲେ । ଆୟୁ ଫାଉଣ୍ଡେଶନ, ଅଙ୍କୁରା ହସ୍ପିଟାଲ ଓ ରୋଟାରି କ୍ଲବ ଅଫ ଭୁବନେଶ୍ୱର ମିଡୋଜର ପ୍ରତିନିଧିମାନେ ସମୁଦାୟ ସଚେତନତା ଓ ମହିଳାଙ୍କ ସ୍ୱାସ୍ଥ୍ୟ ସଶକ୍ତିକରଣ ପ୍ରତି ନିଜର ମିଳିତ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନେକ ଉତ୍ସାହୀ ମହିଳା ଯୋଗ ଦେଇଥିଲେ ଯାହା ସୂଚିତ ସ୍ୱାସ୍ଥ୍ୟ ପସନ୍ଦଗୁଡିକୁ ଗ୍ରହଣ କରିବା ପାଇଁ ବଢୁଥିବା ସଚେତନତା ଓ ସହମତିକୁ ପ୍ରତିଫଳନ କରିଥିଲା । ଏହି ପଦକ୍ଷେପ ମହିଳାମାନେ ଯେପରି ସୁରକ୍ଷା, ସମ୍ମାନ ଓ ସଶକ୍ତ ଋତୁସ୍ରାବ ଯତ୍ନ ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟସେବା, ସମୁଦାୟ ସେବା ଓ କର୍ପୋରେଟ ସାମାଜିକ ଦାୟିତ୍ୱ ମଧ୍ୟରେ ସହଭାଗିତା ଶକ୍ତି ପ୍ରତି ଏକ ପ୍ରମାଣ ଅଟେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଚାରି ଦଫା ଦାବିନେଇ ଓଡିଶା ବନ୍ଦ by Proprietor Abhimanyu Maharana October 8, 2026 ବିରିଡି ବ୍ଲକ ରେ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 8, 2026 ଇଣ୍ଡିଆ ମେଣ୍ଟ ର "୮ ଅକ୍ଟୋବର ଓଡ଼ିଶା ବନ୍ଦ କୁ ରଣପୁର ଓ ସୁନାଖଳା ଠାରେ ବିପୁଳ ସମର୍ଥନ by Proprietor Abhimanyu Maharana October 8, 2026 Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division by Proprietor Abhimanyu Maharana October 8, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା by Proprietor Abhimanyu Maharana October 8, 2026