ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବିଶ୍ବଯୋଗ ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ ପ୍ରଫୁଲ କୁମାର ବେହେରା, ମମତା ବେହେରା ଓ ଜିନୁ ସାହୁ ଯୋଗଦେଇଥିଲା ବେଳେ ଯୋଗଗୁରୁ ଭାବେ ସମାଜସେବୀ ତଥା ଆଇନଜୀବୀ କାମାକ୍ଷା ପ୍ରସାଦ ଦାସ ଓ ସେବାବ୍ରତୀ ଆଚାର୍ଯ୍ୟା ଶୋଭାରାଣୀ ସାହୁ ସମର୍ପଣ ଅନ୍ତେବାସୀ ବରିଷ୍ଠ ନାଗରିକ ମାନଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

