Home ଓଡ଼ିଶା ପାହାଳ ଦମକଳ କେନ୍ଦ୍ର ପ୍ରସ୍ତାବିତ ଜାଗା ବିରୁଦ୍ଧରେ ଗ୍ରାମ ବାସୀଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱାର୍ଡ ପାହାଳ ବଜାର ନିକଟରେ ଥିବା ଏକ ପଡ଼ିଆ ପାହାଳ ର୍ମୈ।ଜା ଖାତା ନମ୍ବର – ୩୬୧, ପ୍ଲଟ ନମ୍ବର – ୪୪୦,୪୪୭ କିସମ ଗୋଚର । ଏହି ଜମି ଉପରେ ପାହାଳ, ଯୋହଳ ସମେତ ଆଖପାଖ ଅଞ୍ଚଳର ଜନ ସାଧାରଣ, ବରିଷ୍ଠ ନାଗରିକ, ଯୁବକ, ପାଖରେ ଥିବା ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀ ,ବିଭିନ୍ନ ରାଜନୈତିକ ଦଳ ସଭା ସମିତି କରିବା ସହିତ, ପାହାଳ ଗ୍ରାମବାସି ଏବଂ ପାହାଳ ବଜାରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପଡ଼ିଆରେ ଦୀର୍ଘ ବର୍ଷ ଧରି କରାଯାଇ ଆସୁଅଛି । ଏହା ସହିତ ଯୁବକ ମାନେ ଏବଂ ଦୁଇ ସ୍କୁଲର ଛାତ୍ରଛାତ୍ରୀମାନେ ଉକ୍ତ ପଡ଼ିଆରେ ବିଭିନ୍ନ କ୍ରୀଡା କସରତ କରିଥାନ୍ତି । ଏହି ପଡ଼ିଆକୁ ଜିଏ ଡିପାର୍ଟମେଣ୍ଟ ପାହାଳ ଠାରେ ଅସ୍ଥାୟୀ ଘରେ କାର୍ଯ୍ୟ କରୁଥିବା ଦମକଳ କେନ୍ଦ୍ର ପାଇଁ ଆଲାଟମେଣ୍ଟ କରିଥିବା ଘଟଣା ଏବେ ଜଣା ପଡ଼ିବାରୁ ପାହାଳ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହିତ ଆଜି ଏକ ସାମ୍ବାଦିକ ସମ୍ମିଳନୀ ପାହାଳ ଗ୍ରାମ୍ୟ କମିଟିର ସଭାପତି ପଦ୍ମନାଭ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ କର୍ପୋରେଟର ସୁକୁମାର ସାହୁ, ଅକ୍ଷୟ କୁମାର ଲେଙ୍କା, ସୁଧୀର ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇ କହିଲେ ଯେ, ଜିଏ ଡିପାର୍ଟ ମେଣ୍ଟ ପାହାଳ ଦମକଳ କେନ୍ଦ୍ର ପାଇଁ ଦୀର୍ଘ ବର୍ଷ ଧରି ଗ୍ରାମ ବାସୀ ବ୍ୟବହାର କରିଆସୁଥିବା ଜମିକୁ ହଠାତ୍ ପାହାଳ ଗ୍ରାମବାସୀଙ୍କୁ ନଜଣାଇ କିମ୍ବା ସ୍ଥାନୀୟ କର୍ପୋରେଟର, ବିଧାୟକଙ୍କ ମତାମତ ନନେଇ ଦମକଳ କେନ୍ଦ୍ର ପାଇଁ ଜମି ଆଲାର୍ଟ କରିବା ଘଟଣାକୁ ଦୃଢ଼ ବିରୋଧ କରିଛନ୍ତି । ସରକାର ଦମକଳ କେନ୍ଦ୍ର ପାଇଁ ଯଦି ଜମି ଦେବାକୁ ଚାହୁଁ ଛନ୍ତି ତେବେ ପାହାଳ ର ନୂତନ ଥାନା ପାଖରେ ଏବଂ ପୁରୁଣା ଥାନା ପାଖରେ ଥିବା ପର୍ଯ୍ୟାପ୍ତ ପରିମାଣର ଜମିରେ ଦମକଳ କେନ୍ଦ୍ର କରନ୍ତୁ ବୋଲି ପ୍ରକାଶ କରିଥିଲେ । ଉକ୍ତ ଜମିକୁ ଜିଏ ଡିପାର୍ଟ ମେଣ୍ଟ ବାତିଲ କରି ଗ୍ରାମ ବାସୀ ଏବଂ ସମସ୍ତ ଲୋକଙ୍କ କାମରେ ଆସୁଥିବା ଜମିକୁ ଛାଡି ଦିଅନ୍ତୁ ବୋଲି କହିଥିଲେ । ଯଦି ଏହି ଜମିକୁ ନଛାଡନନ୍ତି ତେବେ ଯେଉଁ ଅପ୍ରିତୀକର ପରିସ୍ଥିତିକୁ ସୃଷ୍ଟି ହେବ ସେଥି ପାଇଁ ପ୍ରଶାସ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପାହଳ ଗ୍ରାମର ସମସ୍ତ ଯୁବକ,ମୁରଵୀ ମହିଳା ଏବଂ ଆଖ ପାଖ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ରହି ଏହାକୁ ଦୃଢ଼ ବିରୋଧ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026