ବ୍ରହ୍ମଗିରି ବିଭିନ୍ନ ଅନୁଷ୍ଠାନ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବ୍ରହ୍ମଗିରି ବ୍ଳକ ବିଭିନ୍ନ ଅନୁଷ୍ଠାନ ତରଫରୁ ଯୋଗ ଦିବସ ପାଳିତ ହୋଇଯାଇଛି । ଶରୀର-ମନ ଓ ଆତ୍ମା ଏହି ତିନୋଟି ମଧ୍ୟରେ ସନ୍ତୁଳନ ରକ୍ଷା କରି ଯୋଗ ସକରାତ୍ମକ ଚିନ୍ତାଧାରାକୁ ବିକଶିତ କରିଥାଏ । ଯୋଗାଭ୍ୟାସ କରିବା ଦ୍ବାରା ମନୁଷ୍ୟ ଅନେକ ରୋଗରୁ ଆରୋଗ୍ୟ ଲାଭ କରିଥାଏ ।ଚଳିତ ବର୍ଷ ଯୋଗ ଦିବସର ପ୍ରମୁଖ ଲକ୍ଷ୍ୟ ହେଉଛି” ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ ” । ଆଜି ବ୍ରହ୍ମଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ଏନ ସି ସି ଅଫିସର ଚିତରଞ୍ଜନ ଜେନା ତତୃବଧାନରେ ସକାଳୁ ସକାଳୁ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଯୋଗ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ଦଳାଇ କହିଥିଲେ ସରକାର ତରଫରୁ ଯଦି ଅନ୍ୟ ସମୟରେ ଯୋଗାଭ୍ୟାସ ହୁଅନ୍ତା ତେବେ ଏହା ଉପକାରରେ ଆସିପାରନ୍ତା ବୋଲି ମତ ଦେଇଛନ୍ତି ।

Exit mobile version