ହିଞ୍ଜିଳି ବିଜେଡ଼ି ପକ୍ଷରୁ ଅଖଣ୍ଡ ଦୀପଦାନ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୂଜ୍) ହିଞ୍ଜିଳିକାଟୁ  :- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ବିରୋଧୀ ଦଳର ନେତା ଓ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ସର୍ଭିକଲ୍ ଅଥ୍ରାଟିଟ୍ସ ଚିକିତ୍ସା ନିମନ୍ତେ ୨୦ ତାରିଖରେ ମୁମ୍ବାଇ ଗସ୍ତ କରିଛନ୍ତି। ଆସନ୍ତା କାଲି ମୁମ୍ୱାଇ ସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କ ଚିକିତ୍ସା ଆରମ୍ଭ ହେବ। ନିଜ ପ୍ରିୟ ସର୍ବୋଚ୍ଚ ନେତାଙ୍କ ସଫଳ ଚିକିତ୍ସା, ଆଶୁ ଆରୋଗ୍ୟ କାମନା ଓ ନିରାମୟ ଦୀର୍ଘାୟୁ ପାଇଁ ଶନିବାର ହିଞ୍ଜିଳି ବିଜେଡ଼ି ପକ୍ଷରୁ ବଡ଼ରଙ୍ଗଣୀ ସାହି ରାଜବାଟି ଠାରେ ବିଜେ ପ୍ରଭୁ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା ଓ ଅଖଣ୍ଡ ଦୀପଦାନ କାର୍ଯ୍ୟକ୍ରମ କରାଯାଇଛି। ଏହା ପୁର୍ବରୁ ହିଞ୍ଜିଳି ବ୍ଳକ୍ ଅଧ୍ୟକ୍ଷା ସରସ୍ଵତୀ ସେଠୀ ଏବଂ ପରିବାର ସଦସ୍ୟ କଞ୍ଚୁରୁ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ହିଞ୍ଜିଳି ବିଧାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଫଳ ଚିକିତ୍ସା ଓ ଆଶୁ ଆରୋଗ୍ୟ କାମନା ସହ ଦୀପ ଦାନ କରିଥିଲେ ।

ହିଞ୍ଜିଳି ଓ ଶେରଗଡ଼ ବ୍ଲକର ତୁଙ୍ଗ ନେତୃବୃନ୍ଦଙ୍କ ସହ ଶହ ଶହ ବିଜେଡ଼ି କର୍ମୀ ଓ ସମର୍ଥକ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ନବୀନ ବାବୁଙ୍କ ସଫଳ ଚିକିତ୍ସା ସହ ଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ଫେରି ଆସିବା ପାଇଁ ପ୍ରଭୁଙ୍କ ନିକଟରେ କୃପାଭିକ୍ଷା କରିଥିଲେ। ଅଖଣ୍ଡ ଦୀପଦାନ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁରେନ୍ଦ୍ର ନାଥ ପ୍ରଧାନ,ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ହିଞ୍ଜିଳି ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ,

ବ୍ଲକ ପ୍ରତିନିଧି ଏ.ସୁଦର୍ଶନ, ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର, ହୀନ ବେହେରା, ଚିତ୍ତ ରଞ୍ଜନ ପାଣିଗ୍ରାହୀ,ବରୁଣ ପୋଲେଇ,ଶିବରାମ ଗୌଡ, ଅଜୟ କୁମାର ମହାରଣା, ସଞ୍ଜୟ କୁମାର ପଣ୍ଡା,ନୀଳାଚଳ ସାହୁ, ମଦନ ସେଠୀ,ଆଲୋକ ସାହୁ, ଦନାର୍ଦ୍ଦନ ସେଠୀ,ରାମହରି ଶର୍ମା,ଯୁଧିଷ୍ଠିର ସ୍ୱାଇଁ, ନୀଳମଣି ପଟ୍ଟନାୟକ,ଭାଣ୍ଡି ରବୀନ୍ଦ୍ର, ସୁଧାଂଶୁ ସାହୁ, ଅନିଲ ସ୍ୱାଇଁ,ମୁନା ପ୍ରଧାନ, ନୀଳାଚଳ ପାଢ଼ୀ,କିଶୋର ନାହାକ, ଅରୁଣ ପାଣିଗ୍ରାହୀ,ତରୁଣ ପଣ୍ଡା, ସନାତନ ନାହାକ, ଶିବରାମ ସାବତ, ପ୍ରଶାନ୍ତ ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ, ବିପ୍ଳବ ସେଠୀ, ପ୍ରଭାତ କୁମାର ମହାରଣା, କିରଣ ପଟ୍ଟନାୟକ,ସଞ୍ଜୟ ସ୍ୱାଇଁ ପ୍ରମୁଖଙ୍କ ସମେତ କାଉନସିଲର ,ସରପଞ୍ଚ , ସମିତି ସଭ୍ୟ,ଯୁବ, ଛାତ୍ର ଓ ମହିଳା ବିଜେଡ଼ି କର୍ମୀ,ସମର୍ଥକ ଏବଂ ଶୁଭେଛୁ ଉପସ୍ଥିତ ଥିଲେ ।

Exit mobile version