ଭାରତୀୟ ମଜଦୁର ସଂଘ ପକ୍ଷରୁ ଯୋଗ ଦିବସ ପାଳିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆନ୍ତର୍ଜାତୀୟ ଯୋଗ ଦିବସ ଉପଲେକ୍ଷ ଭାରତୀୟ୍ ମଜଦୁର ସଂଘ ପୁରୀଜିଲ୍ଲା ପକ୍ଷରୁ ସଂଘ କାର୍ଯ୍ଯାଳୟ ଠାରେ ପାଳିତ ହୋଇଯାଇଛି । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସଚେତନତା ଶିବିରାର୍ଥୀଙ୍କୁ କରାଯାଇଥିଲା । ଶନିବାର ସକାଳ ୬ଟାରୁ ଯୋଗ ଶିବିର ଆରମ୍ଭ ହୋଇଥିଲା । ସୂର୍ଯ୍ୟ ନମସ୍କାର ,ବଜ୍ରାସନ, ବୃକ୍ଷାସନ, ଭୁଜଙ୍ଗାସନ, ଶବାସନ, ଏବଂ ଅଭ୍ୟାସ ସହ ଅନୁଲୋମ-ବିଲୋମ ପ୍ରାଣାୟାମ ରେ ଅଂଶ ନେଇ ଦେହ ଓ ମନକୁ ସ୍ଥିର କରିବା ଉପରେ ଗୁରୁତ୍ୱାରୋପ ହୋଇଥିଲା ।ଶିବିରରେ ସଂଘର ସଭାପତି ରାଜକୁମାର ମିଶ୍ର କହିଲେ ଯୋଗ ହେଉଛି ଏକ ପ୍ରାଚୀନ ଭାରତୀୟ ବୈଷୟିକ ବ୍ୟବସ୍ଥା ଯାହା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଜନ୍ୟ ଅତ୍ୟନ୍ତ ଦରକାର। ଏହି ଅଭ୍ୟାସ ଜୀବନରେ ନିୟମିତ ରଖିଲେ ଦୀର୍ଘ ସୁସ୍ଥ ଜୀବନ ଯାପନ କରି ହେବ।

ସଂଘର ସମ୍ପାଦକ ବିଶ୍ୱନାରାୟଣ ଦାଶ ଯୋଗ ଅଭ୍ୟାସର ଉପକାରିତା ବିଷୟରେ ଉଲ୍ଲେଖ କରି ଲୋକମାନଙ୍କୁ ଏହାକୁ ଦୈନିକ ଜୀବନର ଅଭ୍ଯାସ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରଞ୍ଜିତା ଦାଶ, ରୀତା ମାଝୀ, ମଂଜୁଳତା ମୁଦୁଲି ଯୋଗେନ୍ଦ୍ର ପାତ୍ର, ପ୍ରିୟବ୍ରତ ଜେନା, ମାନସୀ ସାହୁ, ଜୟଶ୍ରୀ ଦୋରା ପ୍ରମୁଖ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Exit mobile version