ଆନ୍ତର୍ଜାତୀୟ ଯୋଗଦିବସ ପାଳିତ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :-ଏହି ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ସ୍ଥିତ ପବିତ୍ର ଧ୍ୟାନକୁଦ ଠାରେ ଶନିବାର ବ୍ଲକ ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି l ଏଥିରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଆୟୁଷି ପତି, ଡା. ଲୋକନାଥ ସାହୁ ଯୋଗଦେଇ କହିଲେ ଯୋଗ କଲେ ମଣିଷ ସୁସ୍ଥ ରହେ ବିଭିନ ଅଣସଂକ୍ରମକ ରୋଗକୁ ଦୁରେଇ ଦିଏ l

ଏହା ଶାରୀରିକ ମାନସିକ ସ୍ୱାସ୍ଥ୍ୟକୁ ସୁ ସଂହତ କରିଥାଏ l ଏହା ଔଷଧ ଓ ଟୀକା ଭଳି କାମକରିଥାଏ l ପ୍ରଥମେ ପ୍ରାର୍ଥନା, ବିଭିନ୍ନ ପ୍ରକାର ଯୋଗାସନ ପରେ ଶାନ୍ତି ମନ୍ତ୍ର ଓ ଶପଥ ପାଠ କରାଯାଇଥିଲା l ଯୋଗଗୁରୁ ଭରଦ୍ୱାଜ ବାରିକ ଯୋଗାଶିକ୍ଷା ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳ, ସରପଞ୍ଚ ଆରତୀ ଭୂୟାଁ, ଙ୍କ ସହ ବ୍ଲକ ର ସମସ୍ତ ଅଧିକାରୀ, ତହସିଲର ଆର ଆଇ, ଆଇସିଡ଼ିଏସ, ମିଡ଼ିଆ, କଳାକାର, ମାନଙ୍କ ସହ ଅଙ୍ଗଦାନ ସଚେତନ ସମିତି ର ସଦସ୍ୟ ମାନେ ଯୋଗଦେଇଥିଲେ l

Exit mobile version