Home ଓଡ଼ିଶା ଦାରିଙ୍ଗବାଡି ତହସିଲ ରେ ନିଆରା କାର୍ଯ୍ୟକ୍ରମ : ପୁରୁଣାଙ୍କୁ ବିଦାୟ କାଳୀନ ଓ଼ ନୂଆ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ନୂତନ ତହସିଲଦାର ଧୀରୋଜ ପାତ୍ରଙ୍କୁ ସ୍ବାଗତ କରାଯାଇଥିବା ବେଳେ ତତ୍କାଳ ତହସିଲଦାର ଶରତ ଶବରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ନୂଆ ଏବଂ ପୁରୁଣା ତହସିଲଦାର ଉପସ୍ଥିତ କର୍ମଚାରୀଙ୍କୁ ଲୋକଙ୍କ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଦାରିଙ୍ଗବାଡି ଅଞ୍ଚଳ ୨୫ଟି ପଞ୍ଚାୟତକୁ ନେଇ ଗଠିତ । ଏହା ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ଭାବେ ଖ୍ୟାତ। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ କିଭଳି ସୁବିଧାରେ କରାଯାଇପାରିବ ସେନେଇ ପରାମର୍ଶ ଦେଇଥିଲେ । ଅଞ୍ଚଳରେ ବସୁନ୍ଧରା ଯୋଜନାରେ ଜମିପଟ୍ଟା ବଣ୍ଟନ ବହୁତ ଭଲ ଭାବେ କରାଯାଇଛି। ସେହିପରି ଘରବାରୀ ପଟ୍ଟା, ଜଙ୍ଗଲଜମି ପଟ୍ଟା ଆଦି ଲୋକଙ୍କୁ ସୁବିଧାରେ ଯୋଗାଇଦେବାରେ ତହସିଲ କର୍ମଚାରୀଙ୍କ ଭୂମିକା ଅତି ଉତ୍ତମ ଭାବେ ତୁଲାଇଥିବା ତତ୍କାଳ ତହସିଲଦାର ଶରତ ଶବର କହିଥିଲେ। ସମସ୍ତେ ନିୟମିତ ଡ୍ୟୁଟି କରିବା ସହକର୍ମଠ ହେବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ସୁପରଭାଇଜର ଡାବର ଫ୍ଲୋରିଆ ଯୋଗଦେଇଥିବାବେଳେ ଦାରିଙ୍ଗବାଡି ରାଜସ୍ବ ନିରୀକ୍ଷକ ସୁବ୍ରତ ମଲ୍ଲିକ,ବ୍ରାହ୍ମଣୀଗାଁ ର ରଞ୍ଜିତ କହଁର, ଗଦାପୁରର ଜିତେନ୍ଦ୍ର ସାହୁ, ଗ୍ରୀନବାଡି ର ଦୁର୍ଗା ପ୍ରସାଦ ପ୍ରଧାନ, ଦାଶିଙ୍ଗବାଡିର ଅମୀୟ ଭୂଷଣ ରାମ, କାଟିଙ୍ଗିଆର ଦିଲ୍ଲୀପ ସାହୁ,ବୁଡ଼ାଗୁଡାର ଜସ୍ମିନା ପ୍ରଧାନ,ସିମନବାଡିର ବଣିଆ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ତହସିଲଦାର ଧୀରୋଜ ପାତ୍ର ନୂତନ ଭାବେ ତହସିଲଦାର ଦାୟିତ୍ୱ ନେଇଥିବାବେଳେ ସେ ବାଲିଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଶରତ ସବରଙ୍କୁ ଗଜପତି ଜିଲା ଗୁମ୍ମା ତହସିଲଦାର ଭାବେ ବଦଳି ହୋଇଥିଲା । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026